ଟ୍ରେନ୍ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ

ତିଶଗଡ଼: ବିଳାସପୁର ଜିଲ୍ଲାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ବେଳେ ଏକ ଯାତ୍ରୀବାହୀ (ମେମୁ) ଓ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି। ବିଳାସପୁର ଓ କାନ୍ତି ସେକ୍ସନ ମଧ୍ୟରେ ଲାଲ ଖାଦାନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ଟ୍ରେନ୍‌ (ମେମୁ)ଟି ମାଲବାହୀ ଟ୍ରେନ୍‌କୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଏହାର ଇଞ୍ଜିନ୍‌ ଓ ତତ୍‌ସଂଲଗ୍ନ ବଗି ମାଲବାହୀ ଟ୍ରେନ୍‌ ଉପରେ ଚଢ଼ିଯାଇଥିଲା। ସେହିପରି ଯାତ୍ରୀବାହୀ ଟ୍ରେନ୍‌ର ଏକାଧିକ ବଗି ଲାଇନଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣା ଫଳରେ ରେଳଧାରଣା ଉପର ଦେଇ ଯାଇଥିବା ବିଦ୍ୟୁତ୍ ତା’ର ସହିତ ସିଗ୍‌ନାଲ ସିଷ୍ଟମ ପ୍ରଭାବିତ ହୋଇଛି l ରେଳବାଇର ଉଦ୍ଧାରକାରୀ ଟିମ୍ ସହିତ ଆରପିଏଫ ଯବାନ ଓ ସ୍ଥାନୀୟ ଲୋକେ ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି l ରେଳ କର୍ତ୍ତୃପକ୍ଷ କହିଛନ୍ତି ଯେ ଘଟଣାର ତଦନ୍ତ କରାଯିବ l

Leave a Reply

Your email address will not be published. Required fields are marked *