କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିନ୍ଦୁସାଗର ଚଳଚଞ୍ଚଳ

ଭୁବନେଶ୍ୱର: ଆଜି ବୋଇତ ବନ୍ଦାଣ ବା ଡଙ୍ଗା ଭସା ଉପଲକ୍ଷେ ଭୋରରୁ ଉଠି ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ବିଭିନ୍ନ ନଦୀ ପୁଷ୍କରିଣୀରେ ଭିଡ଼ ଜମିଛି। ପୁରୀ ସମୁଦ୍ର କୂଳ, ଚନ୍ଦ୍ରଭାଗା ମୁହାଣ, ଭୁବନେଶ୍ୱର ବିନ୍ଦୁସାଗର, କଟକ ଗଡ଼ଗଡ଼ିଆ ଘାଟ ସମେତ ବିଭିନ୍ନ ନଦୀ, ନାଳ ଓ ପୁଷ୍କରିଣୀରେ ହଜାର ହଜାର ଶ୍ରଦ୍ଧାଳୁ ଭୋରରୁ ଡଙ୍ଗା ଭସାଇଛନ୍ତି । ଆଜି ସକାଳୁ ସକାଳୁ ବିନ୍ଦୁ ସାଗର ରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଭିଡକୁ ନିୟନ୍ତ୍ରଣ କରିବାକୁ ବିନ୍ଦୁସାଗର କୁ ସଂଯୋଗ କରୁଥିବା ରାସ୍ତା ର ଉଭୟ ପାର୍ଶ୍ୱ ରୁ ଗାଡି ଚଳାଚଳ ବନ୍ଦ ରଖାଯାଇଥିଲା । ଡ଼ଙ୍ଗା ଭସାଇବା ପରେ ଶ୍ରଦ୍ଧାଳୁ ମାନେ ପ୍ରଭୁ ଲିଙ୍ଗରାଜ ଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିବାରୁ ସେଠାରେ ମଧ୍ୟ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ବିନ୍ଦୁ ସାଗର କୁଳ ରେ ଥିବା ପାହାଚ ଗୁଡିକ ରେ ଶିଉଳି ର ଆସ୍ତରଣ ଥିବାରୁ କିଛି ଶ୍ରଦ୍ଧାଳୁ ସେଠାରେ ପଡି ସାମାନ୍ୟ ଆହତ ହୋଇଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *