ଭୁବନେଶ୍ବର: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ନିର୍ବାଚନ ପ୍ରଚାର ପାଇଁ ନୂଆପଡାରେ ପହଂଚିଛନ୍ତି । କୋମନା ବ୍ଲକ ର ତାରାବୋଡ଼,ଧାନମଣ୍ଡି ପଡିଆ ରେ ଆୟୋଜିତ ବିରାଟ ନିର୍ବାଚନୀ ସଭାରେ ଯୋଗ ଦେଇଥିବା ହଜାର ହଜାର ଲୋକଙ୍କୁ ଉଦବୋଧନ ଦେଇ ନୂଆପଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚି଼ହ୍ନରେ ଭୋଟ ଦେବା ପାଇଁ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ । ନବୀନ ପଟ୍ଟନାୟକ ତାଙ୍କ ଉଦବୋଧନରେ ପ୍ରଥମେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନୂଆପଡା ଜିଲ୍ଲା ଗଠନରେ ବିଜୁବାବୁଙ୍କ ଅବଦାନ ବିଷୟରେ ସ୍ମରଣ କରିଛନ୍ତି ।ନବୀନ କହିଥିଲେ ଯେ ବିଜେପି ଭୋଟ ଚୋରି କରି ସରକାର ଗଢ଼ିଥିଲା । ଏବେ ବି ପ୍ରାର୍ଥୀ ଚୋରି କରିଛନ୍ତି । ନୂଆପଡା ବାସୀଙ୍କ ସହ,ବିଜୁ ଜନତା ଦଳ ସହ ଓ ତାଙ୍କ ସହ ବେଇମାନି ହୋଇଛି । ଏଥି ପାଇଁ ଲୋକ ମାନଙ୍କ ମନ ରେ କ୍ରୋଧ ରହିଛି । ଏ ବିଶ୍ୱାସ ଘାତକତା ର ଜବାବ ନୂଆପଡା ବାସୀ ଭୋଟରେ ଦେବେ ବୋଲି ନବୀନ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏ ସଭା ରେ ବିଜେଡି ର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ମନୋଜ ମିଶ୍ର , ସାଂସଦ ନିରଞ୍ଜନ ବିଶି, ଟୁକୁନି ସାହୁ,ଅବନୀ ଯୋଶୀ ବିଧାୟକ ଅଧୀରାଜ ପାଣିଗ୍ରାହୀ,ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଭାଷଣ ଦେଇ ଶଙ୍ଖ ଚି଼ହ୍ନ ରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ l
ନୂଆପଡା କୋମନାରେ ପ୍ରଚାର କଲେ ନବୀନ ପଟ୍ଟନାୟକ
