ବିଏମ୍‌ସିର ଯୋଜନା ରାଜଧାନୀରେ ହେବ ପଥ ଉତ୍ସବ..

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ମାସରେ ପଥ ଉତ୍ସବ କରିବାକୁ ବିଏମ୍‌ସି ଯୋଜନା କରୁଛି । ତା ପୂର୍ବରୁ ଆସନ୍ତା ୧୬ ତାରିଖରେ ମାଷ୍ଟର କ୍ୟାଣ୍ଟିନ୍‌ରେ ଷ୍ଟ୍ରିଟ୍‌ କାର୍ନିଭାଲ ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍କିଟେକ୍‌ (IIA) ଏବଂ ବିଏମ୍‌ସିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଆୟୋଜନ କରାଯିବ । ଏହି ଷ୍ଟ୍ରିଟ୍‌ କାର୍ନିଭାଲ ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ । ଏଥିରେ ୩ଡି ଆର୍ଟ, ଫ୍ୟାସନ ସୋ, ଜୁମ୍ବା ସେସନ୍ସ ଓ ବିଭିନ୍ନ ପ୍ରଦର୍ଶନୀ ରହିବ । ଏହି କାର୍ଯ୍ୟକ୍ରମ ସଫଳ ହେଲେ ଆଗକୁ ଭୁବନେଶ୍ୱରର ଅନ୍ୟ ସ୍ଥାନରେ ମଧ୍ୟ ଷ୍ଟ୍ରିଟ୍‌ କାର୍ନିଭାଲ ଆରମ୍ଭ କରିବାକୁ ଯୋଜନା କରାଯାଉଛି । ଭୁବନେଶ୍ୱରରେ ୩ ଜୋନ୍‌ରେ ପଥ ଉତ୍ସବ କରିବାକୁ ବିଏମ୍‌ସି ପକ୍ଷରୁ ଯୋଜନା ହୋଇଛି । ଏନେଇ ବିଏମ୍‌ସିରେ ହେବାକୁ ଥିବା ପ୍ରସ୍ତୁତି ବୈଠକରେ ଏଜେନ୍ସି ଚୟନ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ରହିଛି । ଖାଲି ପଥ ଉତ୍ସବ ନୁହେଁ, ବିଡିଏ ପକ୍ଷରୁ ମଧ୍ୟ ଆଜି ଠାରୁ ଏକାମ୍ର ୱାକ୍‌ ଆରମ୍ଭ ହୋଇଛି । ଇଣ୍ଡିଆନ୍‌ ରୋଡ୍‌ କଂଗ୍ରେସ (ଆଇଆରସି) ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

Leave a Reply

Your email address will not be published. Required fields are marked *