ଜୟପୁର: ଆଜି ସକାଳୁ ଘାଟିରେ ଓଏସଆରଟିସି ବସ୍ଟି ଜଳିଯାଇଥିବା ଖବର ମିଳିଛି । ଜୟପୁରର ପଟାଙ୍ଗୀ ବ୍ଲକ ସାଲୁର ଘାଟିରେ ଏକ ଯାତ୍ରୀବାହି ବସ୍ରେ ଏହି ଅଘଟଣ ଘଟିଯାଇଛି । ଯାହା ଫଳରେ ଏକ ବଡ ବିପଦରୁ ଅଳ୍ପକେ ବର୍ତିଯାଇଛନ୍ତି ଯାତ୍ରୀ ।
ମିଳିଥିବା ଖବରରୁ ଜଣାପଡିଛି ଯେ, ଆଜି ସକାଳୁ ବସ୍ଟି ବିଜୟନଗର ଠାରୁ ଜୟପୁର ଅଭିମୁଖେ ବାହାରିଥିଲା । ଆନ୍ଧ୍ର ସୀମାନ୍ତ କେନାୱାଲାସର ପ୍ରଥମ ଘାଟି ଚଢୁଥିବା ବେଳେ ହଠାତ ବସ୍ ଇଂଜିନରୁ ଧୂଆଁ ବାହାରିଥିଲା । ଆଉ ଦେଖୁ ଦେଖୁ ନିଆଁର ପ୍ରକୋପ ବଢି ଚାଲିଲା । ଯାହାକୁ ଦେଖି ବସ୍ ଡ୍ରାଇଭର ତୁରନ୍ତ ଗାଡି ରଖି ଲୋକମାନଙ୍କୁ ଓହ୍ଲାଇବାକୁ କହିଥିଲେ । ଯାହା ଫଳରେ ଏକ ବଡ ବିପଦରୁ ଅଳ୍ପକେ ବର୍ତି ଯାଇଥିଲେ ଯାତ୍ରୀ । ତେବେ ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିବା ବେଳେ ଇଂଜିନ ସର୍ଟ ସର୍କିଟ ଯୋଗୁଁ ବସ୍ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ସାଲୁର ଘାଟିରେ ଜଳିଗଲା ବସ୍; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
