ଯାତ୍ରୀଙ୍କୁ ମାଡମାରିବା ଘଟଣା,‘ଆମ ବସ’ କଣ୍ଡକ୍ଟରକୁ ବହିଷ୍କାର କଲା CRUT

ଭୁବନେଶ୍ବର: ଯାତ୍ରୀଙ୍କୁ ମାଡମାରିବା ଘଟଣା ରେ ‘ଆମ ବସ’ କଣ୍ଡକ୍ଟରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି CRUT । ସମ୍ପୃକ୍ତ କଣ୍ଡକ୍ଟରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏପରିକି ଏହି ଘଟଣା ପାଇଁ CRUT ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ଦୁଃଖ ପ୍ରକାଶ କରିଛି। ଅନ୍ୟପକ୍ଷେ ସମ୍ପୃକ୍ତ କଣ୍ଡକ୍ଟରଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ମିଳିଥିବା ସୂଚନା ଅନୁଯାଇ ଗୁରୁବାର ୨୮ ନଂ ରୁଟ୍‌ରେ ଏକ ଅପ୍ରିତିକର ଘଟଣା ଘଟିଥିଲା। ଅବଶିଷ୍ଟ ଟିକେଟ ଟଙ୍କା ପାଇବାକୁ ନେଇ ଯାତ୍ରୀ ଏବଂ କଣ୍ଡକ୍ଟରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ସମ୍ପୃକ୍ତ କଣ୍ଡକ୍ଟର ଯାତ୍ରୀଙ୍କୁ ବସ ବାହାରକୁ ଆଣି ମାଡ଼ ମାରିଥିଲେ। କଣ୍ଡକ୍ଟର ଜଣକ ୟୁନିଫର୍ମରେ ଥାଇ ମାଡ଼ ମାରିବା ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ୟୁନିଟ ୮ ମାର୍କେଟ ପାଖରେ ଥିବା ବସ୍‌ ଷ୍ଟପରେ ଏହି ଘଟଣା ଘଟିଥିଲା।

Leave a Reply

Your email address will not be published. Required fields are marked *