ପତଞ୍ଜଳିକୁ ଦିଲ୍ଲୀ ହାଇକୋର୍ଟଙ୍କ ସମାଲୋଚନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ପରେ ଏବେ ହାଇକୋର୍ଟ ବିବାଦୀୟ ବିଜ୍ଞାପନ ପାଇଁ ରାମଦେବ ବାବାଙ୍କ ପତଞ୍ଜଳି କମ୍ପାନୀକୁ ସମାଲୋଚନା କରିଛନ୍ତି। ଏଥର ଚ୍ୟବନପ୍ରାସ ବିଜ୍ଞାପନକୁ ନେଇ ଗୁରୁବାର ଦିଲ୍ଲୀ ହାଇକୋର୍ଟ କମ୍ପାନୀ ଉପରେ କଡ଼ା ଟିପ୍ପଣୀ କରିଛନ୍ତି। ଅନ୍ୟ କମ୍ପାନୀର ଚ୍ୟବନପ୍ରାସକୁ ଆପଣ କିଭଳି ଧୋକା ଭାବେ ଦର୍ଶାଇପାରିବେ? ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଆପଣଙ୍କ ଭାଷାରେ ଅନ୍ୟ କମ୍ପାନୀମାନେ ଠକେଇ କରୁଛନ୍ତି ବୋଲି ଦିଲ୍ଲୀ ହାଇକୋର୍ଟ ପତଞ୍ଜଳିକୁ ପ୍ରଶ୍ନ କରିଛନ୍ତି। ଏନେଇ ଜଷ୍ଟିସ୍ ତେଜସ୍ କାରିଆଙ୍କ ଖଣ୍ଡପୀଠ କହିଛନ୍ତି ଯେ ତୁଳନାତ୍ମକ ବିଜ୍ଞାପନ ଅନୁମତିପ୍ରାପ୍ତ ହୋଇଥିଲେ ମଧ୍ୟ, ଏହି ପ୍ରକ୍ରିୟାରେ କୌଣସି ବ୍ରାଣ୍ଡ୍ ଅନ୍ୟମାନଙ୍କୁ ଅପମାନିତ କରିପାରିବ ନାହିଁ। “ଆପଣ ଦାବି କରିପାରିବେ ଯେ ଆପଣ ସର୍ବୋତ୍ତମ, କିନ୍ତୁ ଆପଣ ଅନ୍ୟମାନଙ୍କୁ ‘ଧୋଖା’ କହିପାରିବେ ନାହିଁ, ଯାହାର ଇଂରାଜୀରେ ଅର୍ଥ ଠକେଇ ଏବଂ ପ୍ରତାରଣା ହେବ।” ପତଞ୍ଜଳି ଅନ୍ୟ ଏକ ଶବ୍ଦ ବ୍ୟବହାର କରିବା ବିଷୟରେ ବିଚାର କରିବା ଉଚିତ ବୋଲି ଜଷ୍ଟିସ୍ କାରିଆ କହିଛନ୍ତି।ଏକ ବିଜ୍ଞାପନରେ ରାମଦେବ ବାବା କହୁଛନ୍ତି ଚ୍ୟାବନପ୍ରସ ନାଁରେ ଅଧିକାଂଶ ଲୋକ ଧୋକା ଖାଉଛନ୍ତି। ଅସଲି ଚ୍ୟବନପ୍ରାସ ଖାଇବାର ଅଛି ତ ପତଞ୍ଜଳି ଚ୍ୟାବନପ୍ରସ ଖାନ୍ତୁ। ଯାହାକୁ ନେଇ ଡାବର ମାନହାନୀ ଅଭିଯୋଗ କରିଛି।

Leave a Reply

Your email address will not be published. Required fields are marked *