ମମତା ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟ କୁ କଡା ସମାଲୋଚନା

ପଶ୍ଚିମବଙ୍ଗ : ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଙ୍କୁ ଗଣଦୁଷ୍କର୍ମ ମାମଲା କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ମମତା ବାନାର୍ଜୀ । ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ୍ ନୁହେଁ, ସେମାନେ ନିଜକୁ ମଧ୍ୟ ସୁରକ୍ଷା ଦେବା ଉଚିତ୍ ବୋଲି ମମତା କହିଛନ୍ତି । ଏହିଭଳି ମନ୍ତବ୍ୟ ପରେ ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଇଛି। ଝିଅ ବାହାରକୁ ବାହାରିବା ନେଇ ଅଜବ ଯୁକ୍ତିକୁ କଡା ସମାଲୋଚନା କରିଛନ୍ତି ଜାତୀୟ ମହିଳା କମିଶନ ସଦସ୍ୟା ଅର୍ଚ୍ଚନା ମଜୁମଦାର। ମମତା କହିଥିଲେ ପୀଡିତା ଜଣଙ୍କ ରାତି ୧୨ଟା ୩୦ ପରେ ବାହାରକୁ ଯାଇଥିଲେ ବୋଲି । ଏହାକୁ ମିଛ ବୋଲି କହିବା ସହ ଅର୍ଚ୍ଚନା କହିଛନ୍ତି ରାତି ୧୨ଟା ୩୦ ନୁହେଁ ବରଂ ରାତି ୮ଟା ଭିତରେ ସେ ବାହାରକୁ ବାହାରିଥିଲେ । ମମତା ବାନାର୍ଜୀ ଜଣେ ମୁଖ୍ଯମନ୍ତ୍ରୀ ଭାବେ କୌଣସି ବି ବୟାନ ଦେବା ଆଗରୁ ଠିକ୍ ମନ୍ତବ୍ୟ ଦିଅନ୍ତୁ । ବିବାଦୀୟ ବୟାନ ପାଇଁ ଚାରିଆଡୁ ସମାଲୋଚନା ହେବା ପରେ ନିଜ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଗଣମାଧ୍ୟମ ମୋ କଥାକୁ ବିକୃତ କରିଛି ।

Leave a Reply

Your email address will not be published. Required fields are marked *