ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଡିହାଇଡ୍ରେସନ କାରଣରୁ ହସ୍ପିଟାଲ ଯାଇଥିବା ସୂଚନା ମିଳିଛି। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ଡାକ୍ତର ଆଲୋକ ପାଣିଗ୍ରାହୀ ନବୀନ ପଟ୍ଟନାୟକଙ୍କର ଚିକିତ୍ସା କରୁଥିବା କହିଛନ୍ତି। ନବୀନ ପଟ୍ଟନାୟକଙ୍କ ଅସୁସ୍ଥ ହେବା ଖବର ଜଣାପଡ଼ିବା ପରେ ହସ୍‌ପିଟାଲକୁ ଦଳୀୟ ନେତାମାନଙ୍କର ଯିବା ଲାଗିଥିବା ସୂଚନା ମିଳିଛି । ଭିଡ଼ ଆଶଙ୍କା କରି କମିସନରେଟ ପୁଲିସ ପକ୍ଷରୁ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ପ୍ରକାଶଯୋଗ୍ୟ, ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଗତ ଜୁଲାଇ ମାସରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ପାଇଁ ଭର୍ତ୍ତି ହୋଇଥିଲେ। ତାଙ୍କର ଏକ ସଫଳ ଅସ୍ତ୍ରୋପଚାର କରାଯାଇଥିଲା । ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଇଲେକ୍ଟ୍ରୋନିକସ ଏବଂ ଆଇଟି , ସଂସଦୀୟ ବ୍ୟାପାର ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ହସ୍ପିଟାଲକୁ ଯାଇ ତାଙ୍କୁ ଦେଖା କରିଛନ୍ତି ।

 

Leave a Reply

Your email address will not be published. Required fields are marked *