ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବା ଫଳରେ ୨ ଶିଶୁଙ୍କ ସମେତ ୧୬ ଜଣଙ୍କର ପ୍ରାଣହାନି ଘଟିଛି। […]

ଓଡ଼ିଶାରେ ମହିଳା ସମ୍ମାନକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କଲେ ନବୀନ

ଭୁବନେଶ୍ୱର: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ବିଜେପି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌ ଏବଂ ସୀମା ନିର୍ଦ୍ଧାରଣ (Delimitation) ପ୍ରସଙ୍ଗରେ ଆଲୋଚନା ଚାଲିଥିବା […]

ପୋଲିସକୁ ଛୁରା ମାଡ଼ ଅଭିଯୋଗରେ ୫ ଜଣ ଆକ୍ରମଣକାରୀ ଅଟକ

କଟକ: ଗତକାଲି ରାତିରେ କଟକ ଓଏମ୍‌ପି ସ୍ଥିତ ଷଷ୍ଠ ବାଟାଲିୟନ୍ କ୍ୟାମ୍ପସ୍ ରେ ପୋଲିସକୁ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି […]

ମତଦାନ ଶେଷ ହେବାପରେ ପ୍ରକାଶ ପାଇଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ

ନୂଆଦିଲ୍ଲୀ:କେରଳ, ଆସାମ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଚାରିଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ଭୋଟ୍ ଗ୍ରହଣ ସରିବା ପରେ ବୁଧବାର ସନ୍ଧ୍ୟାରେ ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ ପାଇଛି। ଆସାମରେ […]

ସୁଧୀର ପାତ୍ର ହତ୍ୟା ମାମଲା: ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ବର: ଗୋପାଳପୁରର ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ମୃତ୍ୟୁ ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅତ୍ୟଧିକ ମାଡ଼ ସାଙ୍ଗକୁ ଶ୍ୱାସରୁଦ୍ଧ ହେବା ଯୋଗୁଁ ସୁଧୀରଙ୍କ ମୃତ୍ୟୁ ଘଟିଥିବା ଏହି […]

ସ୍ଵତନ୍ତ୍ର ଅଧିବେଶନ ପାଇଁ ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି

ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବିଧାନସଭାରେ ହେବାକୁ ଯାଉଛି,ସେଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ପୋଲିସ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବିଧାନସଭା ପରିସର […]

ଜିତୁ ମୁଣ୍ଡାଙ୍କୁ ମିଳିଲା ଟଙ୍କା ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଟଣା ଅଞ୍ଚଳର ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କରୁ ଟଙ୍କା ଠିକ ସମୟରେ ମିଳିନଥିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଘଟଣା ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିବା ପରେ […]

ସେବାୟତଙ୍କ ବିବାଦ ପାଇଁ ଚନ୍ଦନ ଯାତ୍ରାର ନବମ ଦିନରେ ବିଭ୍ରାଟ

ପୁରୀ: ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଚାପ ଖେଳିପାରିଲେ ନାହିଁ ମହାପ୍ରଭୁ। ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଚନ୍ଦନ ଯାତ୍ରାର ନବମ ଦିବସରେ ଦେଖାଦେଇଥିଲା ବିଭ୍ରାଟ। ଦୁଇ ଗୋଷ୍ଠୀ ସେବକଙ୍କ ମଧ୍ୟରେ ଡଙ୍ଗାରେ ଯିବା ନେଇ […]

ପଶ୍ଚିମବଙ୍ଗର ୧୪୨ଟି ଆସନ ପାଇଁ ମତଦାନ ଆରମ୍ଭ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ଏବଂ ଶେଷ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ଆଜି ସକାଳ ୭ଟାରୁ ରାଜ୍ୟର ରାଜଧାନୀ କୋଲକାତା ଏବଂ ଅନ୍ୟ ଛଅଟି ଜିଲ୍ଲାର ୧୪୨ଟି ବିଧାନସଭା ଆସନ […]

ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ-ଡିଜେଲ ଯୋଗାଣର ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମଙ୍ଗଳବାର ଦିନ ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ-ଡିଜେଲ୍‌ର ଉପଯୁକ୍ତ ଯୋଗାଣର ସ୍ଥିତି ସମୀକ୍ଷା କରିଛନ୍ତି । ଲୋକସେବା ଭବନସ୍ଥିତ […]