୩ ବର୍ଷ ଧରି ଗୋଟିଏ ଜାଗାରେ ରହିପାରିବେନି ରାଜସ୍ୱ ବିଭାଗ କର୍ମଚାରୀ

ଭୁବନେଶ୍ୱର: ଗୋଟିଏ ଜାଗାରେ ରହିପାରିବେନି ରାଜସ୍ୱ ବିଭାଗ କର୍ମଚାରୀ । ୩ ବର୍ଷ ଧରି ଥିବା ରାଜସ୍ୱ କର୍ମଚାରୀଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ଳକ ଓ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେକ୍ସନ ଅଫିସର, ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ, ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କ ସହ ଆର୍ଆଇ, ସହକାରୀ ଆର୍ଆଇ, ଅମିନଙ୍କର ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲପାଳଙ୍କୁ ଚିଠି କରାଯାଇଛି। ୧୫ ଦିନ ଭିତରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପରିସ୍ଥ ଅଧିକାରୀଙ୍କ ଠାରୁ ଅନୁମତି ନେଇ ଏହାକୁ କାର୍ଯ୍ୟକାରୀ କରିବାକୁ ଚିଠି କରିଛି ବିଭାଗ। ଏ ସର୍ମ୍ପକରେ କଣ ପଦକ୍ଷେପ ନିଆଗଲା ତାହା ବିଭାଗକୁ ୧୫ ଦିନ ମଧ୍ୟରେ ଅବଗତ କରାଇବାକୁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି। ରାଜସ୍ବ ପ୍ରଶାସନ ଅଧୀନରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆସୁଛି। ନିୟମିତ ଭାବେ କର୍ମଚାରୀଙ୍କ ବଦଳି ପାଇଁ ସରକାରୀ ନିର୍ଦ୍ଦେଶ ଥିଲେ ମଧ୍ୟ ବହୁ କର୍ମଚାରୀ ଗୋଟିଏ ଅଫିସ ଅବା ପଦବିରେ ବର୍ଷ ବର୍ଷ ଧରି ରହିଛନ୍ତି ।

Leave a Reply

Your email address will not be published. Required fields are marked *