ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପରୀକ୍ଷା ଫଳ

ଭୁବନେଶ୍ବର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପରୀକ୍ଷା ଫଳ । ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଏହି ପରିକ୍ଷାରେ ମୋଟ ୩୮୯ ଜଣ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ମୋଟ ୩୮୯ ଜଣ ପରିକ୍ଷାର୍ଥୀଙ୍କ ମଧ୍ୟରୁ ୧୪୪ ଜଣ ଝିଅ ରହିଛନ୍ତି । ଏଥିରେ ଟପ୍ପର ହୋଇଛନ୍ତି ପ୍ରିୟାଂଶୁ ପାଲ୍‌ ଏବଂ ଅନନ୍ୟା ମିଶ୍ର ଦ୍ଵିତୀୟ ସ୍ଥାନରେ ରହିଥିବାବେଳେ ଶୋଭନ ପଟ୍ଟନାୟକ ୩ୟ ସ୍ଥାନରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମିର୍ଜା ଫୟେଜ ଅହମ୍ମଦ କାଦରି ୪ର୍ଥ ସ୍ଥାନରେ ଥିବାବେଳେ, ୫ମ ସ୍ଥାନରେ ଚିନ୍ମୟ ସାହୁ, ଷଷ୍ଠ ସ୍ଥାନରେ ଅନ୍ତିମ ସ୍ଵାଇଁ, ସପ୍ତମରେ ଶୈଳେଶ ଭୋଇ, ଅଷ୍ଟମରେ ମହମ୍ମଦ ନାଜିଫ ହାତିଫ, ୯ମରେ ଚିନ୍ମୟ କୁମାର ପାଢ଼ୀ ଏବଂ ଦଶମ ସ୍ଥାନରେ ମିଲନ ମହାପାତ୍ର ରହିଛନ୍ତି ।ଶ୍ରେଷ୍ଠ ୧୦ ସ୍ଥାନରେ କେବଳ ଜଣେ ମାତ୍ର ଝିଅ ରହିଛନ୍ତି । ସୂଚନାଯୋଗ୍ୟ, ଓପିଏସସି ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (ଓସିଏସ୍‌) ପରୀକ୍ଷା ୨୦୨୩ର ମୁଖ୍ୟ ପରୀକ୍ଷା ୨୦୨୫ ଏପ୍ରିଲ ୧୯, ୨୦, ୨୨, ୨୪, ୨୭ ଓ ମେ’ ମାସ ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀମାନେ ୨୦୨୫ ସେପ୍ଟେମ୍ବର ୬ ଓ ୧୮ ତାରିଖରେ ପରସନାଲିଟି ଟେଷ୍ଟ ଦେଇଥିଲେ ।

Leave a Reply

Your email address will not be published. Required fields are marked *