ବିଜେଡି ନେତା ଲମ୍ବୋଦର ନିଆଲ ଧରିଲେ ପଦ୍ମ ; ବିଜେଡିକୁ ପୁଣି ଏକ ଝଟ୍‌କା

ଭୁବନେଶ୍ୱର: ନୂଆପଡ଼ା ରାଜନୀତିରେ ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି । ବିଜେଡ଼ି ଛାଡି ବିଜେପିରେ ମିଶିଛନ୍ତି ବିଜେଡ଼ିର ବରିଷ୍ଠ ନେତା ଲମ୍ବୋଦର ନିଆଲ । କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟ୍‌ରେ ଲଢ଼ିଥିଲେ । ଆଜି ଲମ୍ବୋଧର ନିଜ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ମାଧ୍ୟମରେ ଲେଖିଥିବା ଖବର ମିଳିଛି। ଏହାପରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଆଜି ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଲମ୍ବୋଧର ଉପସ୍ଥିତ ରହିଥିଲେ। ଆଜି ସକାଳୁ ଜୟ ଢୋଲକିଆଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ସହ ଆଲୋଚନା କରିଥିଲେ ଲମ୍ବୋଧର ନିଆଲ। ନୂଆପଡାରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ କଳ୍ପନା ଜଳ୍ପନା ଲାଗି ରହିବା ପରେ ଗତକାଲି ସ୍ନେହାଙ୍ଗିନ ଛୁରିଆଙ୍କ ନାଁ ଘୋଷଣା ହୋଇଥିଲା। ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରିବା ପରେ ନୂଆପଡା ବିଜେଡିରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ଅନେକ କର୍ମୀ ଦଳ ଛାଡୁଥିବା କୁହାଯାଉଛି। ଗତ ୨୦୨୪ ନିର୍ବାଚନରେ ଲମ୍ବୋଧର କଳାହାଣ୍ଡିରୁ ବିଜେଡିର ସାଂସଦ ପ୍ରାର୍ଥୀ ହୋଇଥିଲେ।
ସୂଚନାଥାଉକି, ନୂଆପଡ଼ା ଉପନିର୍ବାଚନ ପାଇଁ ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ୨୨ ତାରିଖ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ହେବ। ୨୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ନଭେମ୍ବର ୧୧ରେ ଭୋଟ ହେବ । ୧୪ରେ ଫଳାଫଳ ଘୋଷଣା ହେବ।

Leave a Reply

Your email address will not be published. Required fields are marked *