ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଜାପାନ ସଂସଦ ତାର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ସାନାଏ ଟାକାଇଚିଙ୍କୁ ନିଯୁକ୍ତ କରିଛି। ଲିବେରାଲ ଡେମୋକ୍ରାଟିକ ପାର୍ଟି(ଏଲଡିପି)ର ପ୍ରମୁଖ ୬୪ ବର୍ଷୀୟ ତାକାଇଚି ପ୍ରଧାନମନ୍ତ୍ରୀ ଭାବେ ଶିଗେରୁ ଇଶିବାଙ୍କ ସ୍ଥାନ ନେବେ । ଜାପାନ ପାଇଁ ଏହା ଏକ ଐତିହାସିକ ଘଟଣା । ଏଲଡିପି ତାକାଇଚିଙ୍କୁ ନିଜର ନେତା ଭାବେ ଚୟନ କରିଛି । ସାନାଏ କେବଳ ଏଲଡିପିର ନେତା ଭାବେ ନିର୍ବାଚିତ ହେବାରେ ପ୍ରଥମ ମହିଳା ନୁହନ୍ତି ବରଂ କୌଣସି ରାଜନୈତିକ ପୃଷ୍ଠଭୂମି ନ ଥିବା ସତ୍ତ୍ୱେ ସେ ରାଜନୈତିକ ଜଗତରେ ବହୁ ଉର୍ଦ୍ଧ୍ୱରେ ପହଞ୍ଚିଛନ୍ତି । ସେ ୪୬୫ ସଦସ୍ୟ ବିଶିଷ୍ଟ ଗୃହରେ ୨୩୭ ଭୋଟ ପାଇ ବହୁମତ ହାସଲ କରିଛନ୍ତି। ଜାପାନୀ ସମ୍ରାଟ ନାରୁହିତୋଙ୍କ ସହ ସାକ୍ଷାତ କରିବା ପରେ ସେ ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ପରେ ଟାକାଇଚି ଜାପାନର ପଞ୍ଚମ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।
ଜାପାନର ପ୍ରଧାନମନ୍ତ୍ରୀ ହେବା ପରେ ସାନାଏ ତାକାଇଚିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପିଏମ ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ସାନାଏ ତାକାଇଚିଙ୍କୁ ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ନେଇ ହାର୍ଦ୍ଦିକ ଶୁଭେଚ୍ଛା । ମୁଁ ଭାରତ-ଜାପାନ ବିଶେଷ ରଣନୀତିକ ଓ ବୈଶ୍ୱିକ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ଆପଣଙ୍କ ସହ ମିଶି କାମ କରିବାକୁ ଉତ୍ସୁକ । ଭାରତ-ଜାପାନ ଗଭୀର ସମ୍ବନ୍ଧ ଭାରତ-ପ୍ରଶାନ୍ତ ଏବଂ ଏହାର ବାହ୍ୟ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ।

 

Leave a Reply

Your email address will not be published. Required fields are marked *