ECI ପକ୍ଷରୁ ବିହାରର ତିନି ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବିହାର ବିଧାନସଭା ସାଧାରଣ ନିର୍ବାଚନ ୨୦୨୫ କୁ ମୁକ୍ତ, ଅବାଧ ଓ ନିରପକ୍ଷ ଭାବରେ ଅନୁଷ୍ଠିତ କରିବା ଲକ୍ଷ୍ୟ ନେଇ ଭାରତ ନିର୍ବାଚନ ଆୟୋଗ ବିହାରର ୧୭୮-ମୋକାମା ବିଧାନସଭା ମଣ୍ଡଳୀର ତିନିଜଣ ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନିର୍ବାଚନ ଆୟୋଗ ମୁଖ୍ୟ ନିର୍ବାଚନ ଅଧିକାରୀ, ବିହାରଙ୍କୁ ଶ୍ରୀ ଚନ୍ଦନ କୁମାର, ଏସ ଡି ଓ , ବାଢ଼ ତଥା ୧୭୮-ମୋକାମା ବିଧାନସଭା ମଣ୍ଡଳୀର ରିଟର୍ନିଂ ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ତାଙ୍କ ସ୍ଥାନରେ ଶ୍ରୀ ଆଶିଷ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି ସେହିପରି ଶ୍ରୀ ରାକେଶ କୁମାର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ବାଢ଼-1ଙ୍କ ବିରୁଦ୍ଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ତାଙ୍କ ସ୍ଥାନରେ ଶ୍ରୀ ଆନନ୍ଦ କୁମାର ସିଂହଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ଅଭିଷେକ ସିଂହ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ବାଢ଼-୨ଙ୍କ ସ୍ଥାନରେ ଶ୍ରୀ ଆୟୁଷ ଶ୍ରୀବାସ୍ତବଙ୍କୁ ନିଯୁକ୍ତି ଦେବାସହ ତାଙ୍କୁ ତୁରନ୍ତ ନିଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି, ଶ୍ରୀ ବିକ୍ରମ ସିହାଗ, ଆରକ୍ଷୀ ଅଧୀକ୍ଷକ (ଗ୍ରାମୀଣ), ପାଟନାଙ୍କୁ ବଦଳି କରି ପରିବର୍ତ୍ତୀ ଅଧିକାରୀଙ୍କ ନାମ ତୁରନ୍ତ ପ୍ରେରଣ କରିବା ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଛି ।ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ୨ ନଭେମ୍ବର ୨୦୨୫ ଅର୍ଥାତ ଆସନ୍ତାକାଲି ଦିବା ୧୨ ଟା ସୁଦ୍ଧା କମ୍ପ୍ଲିଆନ୍ସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିହାରରେ ନିର୍ବାଚନୀ ପ୍ରକ୍ରିୟାର ସ୍ୱଚ୍ଛତା, ପାରଦର୍ଶୀତା ଓ ବିଶ୍ୱସନୀୟତାକୁ ଅତୁଟ ରଖିବା ପାଇଁ ଆୟୋଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *