ନବୀନଙ୍କ ନୂଆପଡ଼ା ଗସ୍ତକୁ ନେଇ ଶ୍ରୀମୟୀଙ୍କ ସମାଲୋଚନା

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତକୁ ନେଇ ଶ୍ରୀମୟୀ ମିଶ୍ର ସମାଲୋଚନା କରିଛନ୍ତି। ଶୁକ୍ରବାର ଦିନ ନୂଆପଡ଼ା କ୍ୟାମ୍ପେନକୁ ଯାଉଥିବାବେଳେ ନବୀନଙ୍କ ଏକ ଭିଡିଓ ପୋଷ୍ଟ କରି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ। ଭିଡିଓରେ ନବୀନ ଏୟାରପୋର୍ଟରେ ଧୀରେ ଧୀରେ ଚାଲି ଚାଲି ଆସୁଥିବା ଦେଖିବାକୁ ମିଳିଛି। ଭିଡିଓରେ ନବୀନଙ୍କୁ ୨ ଜଣ ପିଏସଓ ହାତ ଧରି ନେଉଛନ୍ତି । ସେହି ଭିଡିଓକୁ ସେୟାର କରି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି, ଯଦି ନବୀନଙ୍କ ପୁଅ,ଝିଅ ଥାଆନ୍ତେ, ସେମାନେ କ’ଣ ତାଙ୍କ ଅସୁସ୍ଥ ବାପାଙ୍କୁ ଏଭଳି ଅବସ୍ଥାରେ କେବଳ ପ୍ରଚାର ପାଇଁ ବାହାରକୁ ଛାଡ଼ିଥାଆନ୍ତେ। ଆମ ଭିତରୁ କେହି ବି ପୁଅ ଓ ଝିଅ ବାପାମାଆଙ୍କୁ ଏଭଳି ଛାଡ଼ିଥାଆନ୍ତେ ? କେବଳ ରାଜନୀତି ନୁହେଁ; ମାନବିକତା, ପ୍ରେମ ଓ ସମ୍ମାନରେ ବି ଆମେ ଗୁରୁଜନଙ୍କ ପ୍ରତି ଋଣୀ ବୋଲି ଶ୍ରୀମୟୀ କହିଛନ୍ତି। ଗତ କିଛି ଦିନ ଧରି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସୋସିଆଲ ମିଡିଆରେ ବିଭିନ୍ନ ପ୍ରସଙ୍ଗ କୁ ନେଇ ବିଜେଡି କୁ ଟାର୍ଗେଟ କରି ଆସୁଛନ୍ତି। ଏବେ ପୁଣିଥରେ ସେ ନବୀନ ଙ୍କ ପ୍ରଚାର ପାଇଁ ଯାଉଥିବା ଏହି ଭିଡିଓକୁ ସେୟାର କରି ସେ ସିଧାସଳଖ ଟାର୍ଗେଟ କରିଛନ୍ତି।

Leave a Reply

Your email address will not be published. Required fields are marked *