ସିଏମ୍‌ସି କାଉନସିଲ୍ ବୈଠକରେ ହଟ୍ଟଗୋଳ

କଟକ: CMC ବୈଠକ ରେ ପ୍ରବଳ ହୋ-ହଲ୍ଲା ଓ ହଟ୍ଟଗୋଳ ହେବାରୁ ବୈଠକ ଅଧାରୁ ପଳାଇଲେ ମେୟର ଓ କମିଶନର। କଟକ ମହାନଗର ନିଗମର ଆଜି ୩୮ ତମ କାଉନସିଲ ବୈଠକ ହୋଇଥିବା ବେଳେ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବୈଠକ ବେଳେ ଗରମାଗରମ ଯୁକ୍ତି ଦେଖିବାକୁ ମିଳିଥିଲା। ସହରୀକରଣ ଯୋଜନା ଉପରେ ଗୁରୁତ୍ୱାପୋରପ ଚାଲିଥିବା ବେଳେ ପୂର୍ବଭଳି କାଉନସିଲ୍ ବୈଠକ ଅଧାରୁ ବନ୍ଦ ହୋଇଛି। ଆଜି ସିଏମସି ବୈଠକ ବେଳେ ୫୮ ନମ୍ବର ୱାର୍ଡ କାଉନସିଲର୍ ପ୍ରତିବାଦ କରିଥିଲେ। ତାଙ୍କ ୱାର୍ଡରେ ଥିବା ସମସ୍ୟାକୁ ନେଇ ପାଟିତୁଣ୍ଡ କରିଥିଲେ କଂଗ୍ରେସ କର୍ପୋରେଟର। ଯାହାକୁ ନେଇ ସିଏମସି କାଉନସିଲ୍ ବୈଠକରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ନିଜ ଅଞ୍ଚଳର ସମସ୍ୟା ନେଇ ସ୍ଵର ଉଠାଇଥିଲେ। ୫୮ ନମ୍ବର ୱାର୍ଡର କର୍ପୋରେଟର୍ କହିଛନ୍ତି, “ସମସ୍ୟା ନେଇ ସମସ୍ତଙ୍କୁ ଜଣାଇଛି, ସମାଧାନ ହେଉ ନାହିଁ। ଏଠି ଅଫିସର୍ ରାଜ ଚାଲିଛି।” ତେବେ ଏହାକୁ ନେଇ ମେୟର ଓ କର୍ପୋରେଟରଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା, ଯାହାଫଳରେ ବୈଠକ ଅଧାରୁ ମେୟର ଓ କମିଶନର ଛାଡି ପଳାଇଥିଲେ l

Leave a Reply

Your email address will not be published. Required fields are marked *