ଇଂଲଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କଲା ଭାରତ

ମୁମ୍ବାଇ: ୱାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯାଇଥିବା ହାଇ-ଭୋଲଟେଜ୍ ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଭାରତ ୨୦୨୬ ଟି-୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୨୫୩ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଏହି ଇନିଂସର ମୁଖ୍ୟ ଆକର୍ଷଣ ଥିଲେ ସଞ୍ଜୁ ସାମସନ। ସେ ମାତ୍ର ୮୯ ରନର ଏକ ଦମଦାର ପାଳି ଖେଳି ଭାରତକୁ ଏହି ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ।୨୫୪ ରନର ପିଛା କରୁଥିବା ଇଂଲଣ୍ଡ ଦଳର ଆରମ୍ଭ ବହୁତ ଖରାପ ଥିଲା। ମାତ୍ର ୬ ଓଭର ମଧ୍ୟରେ ଦଳ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇଥିଲା। ଜାକବ ବେଥେଲ ମାତ୍ର ୪୮ ବଲରେ ୧୦୫ ରନର ଏକ ଅବିଶ୍ୱସନୀୟ ଶତକୀୟ ପାଳି ଖେଳିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ। ଶେଷ ଓଭରର ପ୍ରଥମ ବଲରେ ଦୁଇ ରନ୍ ନେବା ପ୍ରୟାସରେ ସେ ରନ୍ ଆଉଟ୍ ହୋଇଯାଇଥିଲେ।ଆସନ୍ତା ମାର୍ଚ୍ଚ ୮ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ୍ ମୁକାବିଲା ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *