ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆଜି ସିଭିଲ୍ ସର୍ଭିସେସ୍ ପରୀକ୍ଷା (CSE) ଫାଇନାଲ୍ ରେଜଲ୍ଟ ୨୦୨୫ ଘୋଷଣା କରିଛି। ଅନୁଜ ଅଗ୍ନିହୋତ୍ରୀ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟରେ ରାଜେଶ୍ୱରୀ ସୁଭେ ଏମ୍‌, ତୃତୀୟରେ ଆକାଂଶ ଧୂଲ୍‌ ସ୍ଥାନ ପାଇଛନ୍ତି। ଚତୁର୍ଥରେ ରାଘବ ଝୁନ୍‌ଝୁନ୍‌ୱାଲା,ପଞ୍ଚମରେ ଇଶାନ ଭଟ୍ଟନାଗର। ଷଷ୍ଠରେ ଜିନିଆ ଅରୋରା, ସପ୍ତମରେ ରାଜାହ ମହାଇଦ୍ଦିନ । ଅଷ୍ଟମରେ ପକ୍ଷାଲ ସେକ୍ରେଟ୍ରି, ନବମରେ ଆସ୍ଥା ଜୈନ, ଦଶମରେ ଉଜ୍ୱଳ ପ୍ରିୟଙ୍କା ରହିଛନ୍ତି । ଚଳିତଥର ମୋଟ ୯୫୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏହାର ପ୍ରିଲିମ୍ସ ପରୀକ୍ଷା ୨୫ ମେ ୨୦୨୫ରେ ଅନୁଷ୍ଠିତ ହୋଇଥିଲା। ମେନ୍ ପରୀକ୍ଷା ୨୨ ଅଗଷ୍ଟ ରୁ ୩୧ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଶେଷ ପର୍ଯ୍ୟାୟ, ବ୍ୟକ୍ତିତ୍ୱ ପରୀକ୍ଷା ବା ସାକ୍ଷାତକାର, ୨୭ ଫେବୃଆରୀ, ୨୦୨୬ ରେ ଶେଷ ହୋଇଥିଲା। ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଏବେ ଅଫିସିଆଲ୍ ୱେବସାଇଟ୍, ଅର୍ଥାତ୍ upsc.gov.inରେ ଚୂଡ଼ାନ୍ତ ମେରିଟ୍ ଲିଷ୍ଟ ଯାଞ୍ଚ କରିପାରିବେ। କମିଶନ ବିଭିନ୍ନ ସେବା ପାଇଁ ମନୋନୀତ ପ୍ରାର୍ଥୀଙ୍କ ନାମ ସହିତ PDF ଫର୍ମାଟରେ ମେରିଟ୍ ଲିଷ୍ଟ ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *