LPG ବିକଳ୍ପ ଭାବେ ରାଜ୍ୟକୁ ଦିଆଯିବ ୪୦ହଜାର ଲିଟର କିରୋସିନ୍

ନୂଆଦିଲ୍ଲୀ: ଦେଶରେ ଏବେ ଏଲ୍‌ପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି। କାରଣ ଲୋକେ ଏଲପିଜିର ଅଭାବ ଦେଖାଯିବାର ଆଶଙ୍କାରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ସିଲିଣ୍ଡର ବୁକିଂ କରୁଛନ୍ତି। ଅନେକ ସ୍ଥାନରେ ରୋଷେଇ କରିବା ପାଇଁ ଲୋକେ ଏବେ କାଠ କିଣୁଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଏବେ ଗ୍ୟାସ୍ ର ବିଳକ୍ପ ଭାବେ ରାଜ୍ୟକୁ ଦିଆଯିବ ୪୮ ହଜାର କିଲୋଲିଟର କିରୋସିନ୍। ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା ସୂଚନା ଦେଇ କହିଛନ୍ତି ଯେ, LPG ବିକଳ୍ପ ଭାବେ ରାଜ୍ୟକୁ ଦିଆଯିବ ୪୮ ହଜାର କିଲୋଲିଟର କିରୋସିନ୍। ଏନେଇ ଅର୍ଡର ଜାରି କରାଯାଇଛି, ରାଜ୍ୟକୁ ଦିଆଯିବ କିରୋସିନ୍। ପ୍ରତି ତ୍ରୈମାସିକରେ, ଆମେ ପ୍ରାୟ ୧ ଲକ୍ଷ କିଲୋଲିଟର ଆବଣ୍ଟନ କରିଥାଉ ଆହୁରି ୪୮ ହଜାର କିଲୋଲିଟର କିରୋସିନ୍ ଆବଣ୍ଟନ ପାଇଁ ଅର୍ଡର ରିଲିଜ ହୋଇଛି ବୋଲି ସୁଜାତା କହିଛନ୍ତି। ୬୦% LPG ଆମଦାନୀ ହେଉଛି, ୯୦% ହର୍ମୁଜ ପ୍ରଣାଳୀ ଦେଇ ଆସୁଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି। ଦେଶରେ ଦୈନିକ ୫୦ଲକ୍ଷ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଣ କରାଯାଉଛି। ତେବେ କୌଣସି ବିତରକଙ୍କ ପାଖରେ ଏବେ ସିଲିଣ୍ଡର ଅଭାବ ନାହିଁ।

Leave a Reply

Your email address will not be published. Required fields are marked *