ଅଫିସ୍‌ରେ କାମ କରୁଥିବାବେଳେ ହୃଦଘାତରେ ଡିଏଫଓଙ୍କ ମୃତ୍ୟୁ

ଭଦ୍ରକ: ଅଫିସ୍‌ରେ କାର୍ଯ୍ୟରତ ଥିବା ସମୟରେ ହଠାତ୍ ହୃଦଘାତରେ ପ୍ରାଣ ହରାଇଲେ ଡିଏଫଓ ସୌଭାଗ୍ୟ ରଞ୍ଜନ ସାହୁ। ସେ ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, କାମ କରୁଥିବାବେଳେ ହଠାତ୍ ତାଙ୍କ ଶରୀରରେ ଅସୁସ୍ଥତା ଦେଖାଦେଇଥିଲା। ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନେଇଯାଇଥିଲେ, କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳେ ସେ ୫୯ ବର୍ଷ ବୟସ୍କ ଥିଲେ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବାରୁଣାଡିଆରେ ଅବସ୍ଥିତ। ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *