୫୦୦ରୁ ୫୦୦ ନମ୍ୱର ରଖି CBSE ଟପର ହେଲେ ଓଡ଼ିଶା ଛାତ୍ରୀ

ଭୁବନେଶ୍ୱର: ପ୍ରକାଶ ପାଇଛି CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ। ଏହି ପରୀକ୍ଷାରେ ଓଡ଼ିଶାର ଛାତ୍ରୀ ଟିନା ରଥ ଅସାଧାରଣ ସଫଳତା ହାସଲ କରି ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି। ଭୁବନେଶ୍ୱରସ୍ଥିତ ମଦର୍ସ ପବ୍ଲିକ୍ ସ୍କୁଲର ଏହି ଛାତ୍ରୀ ୧୦୦ ପ୍ରତିଶତ (୫୦୦ରୁ ୫୦୦) ନମ୍ବର ରଖି ଜାତୀୟ ତଥା ରାଜ୍ୟ ସ୍ତରରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ନିଜର ଦୃଢ଼ ପରିଶ୍ରମ ଓ ନିଷ୍ଠା ଯୋଗୁଁ ସେ ଏହି ସଫଳତା ପାଇଥିବା କହିଛନ୍ତି। ଚଳିତ ବର୍ଷ ଓଡ଼ିଶାରେ ମୋଟ ପାସ୍ ହାର ୯୩.୬୬% ରହିଛି। ରାଜ୍ୟର ୭୪୧ଟି ସ୍କୁଲରୁ ୬୪,୯୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬୦,୭୮୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୁଣିଥରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଝିଅଙ୍କ ପାସ୍ ହାର ୯୪.୮୩% ଥିବାବେଳେ ପୁଅଙ୍କ ପାସ୍ ହାର ୯୨.୬୦% ରହିଛି।

Leave a Reply

Your email address will not be published. Required fields are marked *