୨୩ରେ ୫୫୧ ଜଣଙ୍କୁ ନିଯୁକ୍ତି ପତ୍ର ମିଳିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ବିଭିନ୍ନ ବିଭାଗରେ ୫୫୧ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯିବ । ଅପରାହ୍ନରେ ଆୟୋଜିତ ନିଯୁକ୍ତ ମେଳା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ନିଯୁକ୍ତି ପତ୍ର ବଣ୍ଟନ କରିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ହୋଇଥିବା ଚିଠି ଅନୁଯାୟୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଇସ୍ପାତ ଓ ଖଣି ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଏମ୍ଏସ୍ଏମ୍ଇ ବିଭାଗରେ ବିଭିନ୍ନ ପଦବି ପାଇଁ ନିଯୁକ୍ତି ଦିଆଯିବ । ୧୪ଜଣ ଆସୋସିଏଟ୍ ପ୍ରଫେସର, ୭୦ଜଣ ଭିଏଏସ୍/ଏଭିଏଏସ୍, ୪୫ଜଣ ଏସିଏଫ୍, ୧୩୧ଜଣ ଫରେଷ୍ଟ ରେଞ୍ଚର, ୧୯ଜଣ ଆସିଷ୍ଟାଣ୍ଟ କେମିଷ୍ଟ, ୫୮ଜଣ ଖଣି ଅଧିକାରୀ, ୬୩ଜଣ ଏଇଇ, ୧୫୧ଜଣ ଆସିଷ୍ଟାଣ୍ଟ ଇଣ୍ଡଷ୍ଟ୍ରି ଅଫିସରଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯିବ ।

Leave a Reply

Your email address will not be published. Required fields are marked *