ନୂଆଦିଲ୍ଲୀ: ରାଜ୍ୟସଭା ତରଫରୁ ରାଘବ ଚଢା ସମେତ ଆପ୍ ର ସମସ୍ତ ବିଦ୍ରୋହୀ ସାଂସଦଙ୍କୁ ବିଜେପିର ମାନ୍ୟତା ମିଳିଛି । ଏହାକୁ ନେଇ ରାଜ୍ୟସଭା ସଚିବାଳୟ ତରଫରୁ ନୋଟିଫିକେସନ ଜାରି କରିଛି । ରାଜ୍ୟସଭା ସଚିବାଳୟ ଆପ୍ ରୁ ବିଜେପିରେ ସାମିଲ ହୋଇଥିବା ସମସ୍ତ ସାଂସଦଙ୍କୁ ନେଇ ନୋଟିଫିକେସନ ଜାରି ହୋଇଛି । ଏମାନେ ସମସ୍ତେ ବିଜେପିର ବୋଲି କୁହାଯାଇଛି, ଯାହାପରେ ରାଜ୍ୟସଭାରେ ବିଜେପି ସଦସ୍ୟ ସଂଖ୍ୟା ବଢି ୧୧୩ରେ ପହଞ୍ଚିଛି । ଆପ୍ ସାଂସଦ ସଂଜୟ ସିଂ ରାଜ୍ୟସଭା ବାଚସ୍ପତି ସିପି ରାଧାକ୍ରିଷ୍ଣନଙ୍କୁ ଚିଠି ଲେଖିଥିଲେ । ଯେଉଁଥିରେ ଆପ୍ ଛାଡିଥିବା ୭ ସାଂସଦଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ଦାବି କରିଥିଲେ । ଏହାସହିତ ଆବଶ୍ୟକତା ପଡିଲେ ଆପ୍ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ । ରାଘବ ଚଢା, ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ଶୁକ୍ରବାର ୨୪ ଏପ୍ରିଲରେ ପ୍ରେସ୍ କନଫରେନ୍ସ କରି ଆପ୍ ରୁ ଅଲଗା ହେବା ପାଇଁ ଘୋଷଣା କରିଥିଲେ । ଏମାନଙ୍କ ସହିତ ହରଭଜନ ସିଂହ, ସ୍ବାତି ମାଲିୱାଲ, ବିକ୍ରମ ସାହନୀ ଏବଂ ରାଜିନ୍ଦର ଗୁପ୍ତା ସାମିଲ ରହିଛନ୍ତି । ଏହି ପଦକ୍ଷେପ କେଜରିୱାଲଙ୍କ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି, କାରଣ ଏହା ଦ୍ୱାରା ରାଜ୍ୟସଭାରେ ଆପ୍ର ସ୍ଥିତି ଦୁର୍ବଳ ହେବା ସହ ବିଜେପିର ଶକ୍ତି ବଢ଼ିଛି।
ସାତ ବିଦ୍ରୋହୀ ଆପ୍ ସାଂସଦଙ୍କୁ ରାଜ୍ୟସଭାରୁ ମଞ୍ଜୁରୀ, ଅରବିନ୍ଦ କେଜ୍ରିୱାଲକୁ ବଡ଼ ଝଟକା
