ମୁର୍ଶିଦାବାଦରେ ମତଦାନ ବେଳେ ଭୟଙ୍କର ଗଣ୍ଡଗୋଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ମୁର୍ଶିଦାବାଦରେ ଭୟଙ୍କର ଗଣ୍ଡଗୋଳ ଦେଖାଦେଇଛି। ଆଜି ୧୫୨ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିବା ଖବର ମିଳିଛି। ମୁର୍ଶିଦାବାଦର ଏକ ମତଦାନ କେନ୍ଦ୍ର ନିକଟରେ ତୃଣମୂଳ କଂଗ୍ରେସ (TMC) କର୍ମୀ ଏବଂ ଦଳ ଛାଡ଼ିଥିବା ନେତା ହୁମାୟୁନ କବୀରଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ପକ୍ଷ ମୁହାଁମୁହିଁ ହେବା ଫଳରେ ସେଠାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବଳ ମୁତୟନ କରାଯାଇଥିଲେ ସୁଦ୍ଧା, ଏହି ହିଂସାକାଣ୍ଡ ପୋଲିସ ଓ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ଅଧିକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *