ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଘୋଷଣା

ପଶ୍ଚିମବଙ୍ଗ: ମୋଦୀ ବନଗାଓଁରେ ଏକ ସାଧାରଣସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ଯଦି ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରେ, ତେବେ ଚାଷୀମାନଙ୍କୁ ଦିଆଯାଉଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ରାଶିକୁ ୯,୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଯାହା ବର୍ତ୍ତମାନ ଦେଶବ୍ୟାପୀ ବାର୍ଷିକ ୬,୦୦୦ ଟଙ୍କା ରହିଛି । ପ୍ରତି ଚାରି ମାସରେ ୨,୦୦୦ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଛି । ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ମହିଳାମାନଙ୍କ ପାଇଁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି । ବିଜେପି କ୍ଷମତାକୁ ଆସିଲେ ଲକ୍ଷପତି ଅଭିଯାନରେ ବଙ୍ଗଳାର ୭୫ ମିଲିୟନ ଭଉଣୀଙ୍କୁ ସାମିଲ କରାଯିବ । ମହିଳାମାନେ ପ୍ରତିବର୍ଷ ଏକ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିପାରିବେ । ଯୁବତୀମାନେ ପସନ୍ଦର ନିଯୁକ୍ତି ପାଇପାରିବେ । ସେମାନଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୁଦ୍ରା ଋଣ ଯୋଗାଇ ଦିଆଯିବ । ମହିଳାଙ୍କୁ ବାର୍ଷିକ ୩୬,୦୦୦ ଟଙ୍କା ମିଳିବ। ଯଦି ସରକାର ପାଞ୍ଚ ବର୍ଷ ପାଇଁ କ୍ଷମତାରେ ରହିବ, ତେବେ ସେମାନଙ୍କୁ ୧୮୦,୦୦୦ ଟଙ୍କା ମିଳିବ। ସେହିପରି ଝିଅମାନଙ୍କ ଶିକ୍ଷା ପାଇଁ ୫୦,୦୦୦ ଟଙ୍କା ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗରିବ ପରିବାରର ମହିଳାମାନଙ୍କ ନାମରେ ସ୍ଥାୟୀ ଘର ନିର୍ମାଣ ପାଇଁ ଦେଢ଼ ଲକ୍ଷ ଟଙ୍କା ଦିଆଯିବ। ବିଜୁଳି ବିଲ ଚିନ୍ତାକୁ ଦୂର କରିବାକୁ ପ୍ରତ୍ୟେକ ପରିବାରକୁ ଏକ ସୌର ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ୮୦,୦୦୦ ଟଙ୍କା ଦିଆଯିବ ।

Leave a Reply

Your email address will not be published. Required fields are marked *