କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାକୁ ଯିବା ପାଇଁ ଥିବା ଷ୍ଟିଲ୍ ସିଡ଼ି ବାଡ଼ରେ ଜଣେ ଯୁବକ ଗାମୁଛା ସାହାଯ୍ୟରେ ଝୁଲୁଥିବା ଅବସ୍ଥାରେ ଠାବ ହୋଇଥିଲେ। ଏହା ଦେଖି କାର୍ଯ୍ୟାଳୟ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖେଳିଯାଇଥିଲା ଆତଙ୍କ।ପରେ ଖବର ପାଇ କେନ୍ଦ୍ରାପଡ଼ା ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପ୍ରାଥମିକ ତଦନ୍ତରୁ ମୃତ ଯୁବକ ଡେରାବିଶ ବ୍ଲକ୍ ଅନ୍ତର୍ଗତ ରାଏତୁଣ୍ଡି ଗାଁର ଶ୍ରୀଚନ୍ଦନ ଦାସ ବୋଲି ଜଣାପଡ଼ିଛି। ସେ ପେସାରେ ଜଣେ ଡ୍ରାଇଭର ଥିବା ବେଳେ କେନ୍ଦ୍ରାପଡ଼ା ସହରର ମଢ଼ିଆଳ ଅଞ୍ଚଳରେ ଭଡ଼ା ଘରେ ରହୁଥିଲେ।ସକାଳୁଆ ଅଫିସ୍ ହୋଇଥିବାରୁ ଦିନ ଗୋଟାଏ ବେଳେ କାର୍ଯ୍ୟାଳୟ ଛୁଟି ହୋଇଯାଇଥିଲା। ତେଣୁ ଅଫିସ୍ ଖାଲି ହେବା ପରେ ଯୁବକ ଜଣକ କଲେକ୍ଟରେଟ୍ ଭିତରକୁ ପ୍ରବେଶ କରିଥିବା ଅନୁମାନ କରୁଛି ପୋଲିସ।ଘଟଣାସ୍ଥଳରୁ ପୋଲିସ ଏକ ଛୋଟ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ତେବେ ଏହା ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ସେନେଇ ତଦନ୍ତ ଜାରି ରହିଛି।
Related Posts
ଶ୍ରୀମନ୍ଦିର ପରିସରରେ ହେବ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ
- ତେଜସ୍ୱିନୀ
- August 24, 2025
- 0
ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲଜୀ ଦେଶାଇ
- ତେଜସ୍ୱିନୀ
- June 27, 2026
- 0
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ
- ତେଜସ୍ୱିନୀ
- August 18, 2025
- 0
