ଜୟପୁର ଡେପୁଟି ରେଞ୍ଜର ଘରେ ପଶିଲା ଭିଜିଲାନ୍ସ

କୋରାପୁଟ: ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ୬ଟି ସ୍ଥାନରେ ରେଡ୍ ପଡିବା ସହିତ ପି.ଆର୍ ପେଟା ବାସଭବନ ସମେତ ଜୟପୁର ବନଖଣ୍ଡ ଅଫିସରେ ଚଢାଉ ହୋଇଛି । ଭୁବନେଶ୍ୱର ରଘୁନାଥପୁରରେ ଥିବା ଭାଇ ଘରେ ମଧ୍ୟ ଚଢାଉ ଜାରି ରହିଛି। ଯାଞ୍ଚ ବେଳେ ରାମଚନ୍ଦ୍ରଙ୍କ ଘରୁ ମିଳିଲା ୧ କୋଟି ୪୪ ଲକ୍ଷ ନଗଦ ଟଙ୍କା। ୫୦୦ ଟଙ୍କିଆ ଓ ୨୦୦ ଟଙ୍କିଆ ନୋଟ୍ ବିଡ଼ା ଜବତ। ୪ଟି ସୁନା ବିସ୍କୁଟ୍ ଓ ୧୬ଟି ସୁନା କଏନ୍ ବି ମିଳିଲା। ପ୍ରତି ସୁନା କଏନର ଓଜନ ୧୦ ଗ୍ରାମ୍ ରହିଛି। ଚଢାଉରେ ୬ DSP, ୫ ଇନ୍ସପେକ୍ଟର, ୬ ASI ସାମିଲ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଚାଲିଛି ରେଡ୍। ପି.ଆର୍ ପେଟା ବାସଭବନ ସମେତ ଜୟପୁର ବନଖଣ୍ଡ ଅଫିସରେ ହେଲା ଚଢାଉ। ଜୟପୁର ପିଆର ପେଟାରେ ଥିବା ପୈତୃକ ଘର, ଗୋଲଡେନ ହାଇଟ ଆପାର୍ଟମେଂଟରେ ଥିବା ଦୁଇଟି ଫ୍ଲାଟରେ ଚାଲିଛି ଚଢାଉ । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚଢ଼ାଉ ଚାଲିଛି ।

Leave a Reply

Your email address will not be published. Required fields are marked *