G7 ଶିଖର ସମ୍ମିଳନୀ: ୧୬ ମାସ ପରେ ମୋଦି-ଟ୍ରମ୍ପ ଭେଟ

ନୂଆଦିଲ୍ଲୀ: ଦୀର୍ଘ ୧୬ ମାସର ବ୍ୟବଧାନ ଓ ଅର୍ଥନୀତିକ ବାଦବିବାଦ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରସ୍ପରକୁ ଭେଟିଛନ୍ତି। ଫ୍ରାନ୍ସରେ ଆୟୋଜିତ ଜି-୭ ସମ୍ମିଳନୀରେ ଉଭୟ ନେତା ପରସ୍ପର ସହ ହାତ ମିଳାଇ କିଛି ସମୟ କଥାବାର୍ତ୍ତା କରିଛନ୍ତି । ଆଜି ଦୁଇ ଜଣଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକର କାର୍ଯକ୍ରମ ରହିଛି। ଭାରତ ଓ ଆମେରିକା ମଧ୍ୟରେ ଖୁବଶୀଘ୍ର ବାଣିଜ୍ୟ ଚୁକ୍ତି କରିବାକୁ ଯାଉଥିବା ବେଳେ ଏହି ଭେଟଘାଟ ଓ ଦ୍ୱିପାକ୍ଷିକ ବୈଠକର ଗୁରୁତ୍ୱ ବେଶ ଅଧିକ ବୋଲି କୁହାଯାଉଛି। ଜି-୭ ସମ୍ମିଳନୀରେ ଯୋଗଦେଇଥିବା ନେତାମାନଙ୍କ ଭେଟଘାଟ ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକର୍ନ ଗୋଟିଏ ବୈଠକର ଆୟୋଜନ କରିଥିଲେ। ଏଥିରେ ଉଭୟ ଟ୍ରମ୍ପ ଓ ମୋଦି ଯୋଗଦେଇଛନ୍ତି। ଭାରତ-ଆମେରିକା ସମ୍ପର୍କରେ ଦେଖା ଯାଇଥିବା ତିକ୍ତତା ମଧ୍ୟରେ ଏହି ସାକ୍ଷାତକାର ହୋଇଛି। ଅପରେସନ ସିନ୍ଦୂରର ସହ ଜଡ଼ିତ ଯୁଦ୍ଧ ବିରତି ସମ୍ପର୍କରେ ଟ୍ରମ୍ପଙ୍କ ବେପରୁଆ ବୟାନ ଓ ଭାରତ ଉପରେ ଟ୍ରମ୍ପ ପ୍ରଶାସନର ଟାରିଫ୍ ପଦକ୍ଷେପକୁ ନେଇ ଦୁଇ ଦେଶ ମଧ୍ୟରେ ମତଭେଦ ଦେଖା ଦେଇଥିଲା। ଫେବୃଆରୀ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୱାଶିଂଟନ୍ ଗସ୍ତ ପରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଭେଟଘାଟ।

Leave a Reply

Your email address will not be published. Required fields are marked *