ସମ ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ

ଭୁବନେଶ୍ୱର: ରଜ ଉପଲକ୍ଷେ ଜୟ ମାଆ ଭବାନୀ ଟ୍ରଷ୍ଟ ପକ୍ଷରୁ ନବମ ବାର୍ଷିକ ସେବା ରତ୍ନ ସମ୍ମାନ ଅନୁଷ୍ଠିତ ହୋଇଯାଇଥିବାବେଳେ ବିଶିଷ୍ଟ ଚିକିତ୍ସକ ଡାକ୍ତର ସ୍ୱରୂପ ପଟ୍ଟନାୟକଙ୍କୁ ୨୦୨୬ର ପ୍ରଥମ ସେବା ରତ୍ନ ସମ୍ମାନ ପ୍ରଦାନ କରାଯାଇଛି ।ଜୟଦେବ ବିହାରସ୍ଥିତ ଓଡିଶୀ ରିସର୍ଚ୍ଚ ସେଂଟର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଅଦ୍ୱେତ୍ୟ ଗଡ଼ନାୟକ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ସତ୍ୟନାରାୟଣ ରାଉତରାୟ ଓ ବିଶିଷ୍ଟ ଅତିଥି ଭାବେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା ଯୋଗଦେଇ ଡାକ୍ତର ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ ।ଏହି ଅବସରରେ ମହାପ୍ରଭୁଙ୍କ ପୂଜା ପଣ୍ଡା ସେବାୟତ ରାମନାରାୟଣ ପୂଜାପଣ୍ଡା, ନିଶିକାନ୍ତ ମିଶ୍ର ଓ ସଂସ୍କୃତି ଗବେଷକ ବନୋଜ ରାୟଙ୍କୁ ଉକ୍ରଳ ଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିବାବେଳେ ଡାକ୍ତର ଶୁଭମ୍‌ ମହାନ୍ତି, ଡାକ୍ତର ମନୋଜ ସାହୁ, ଡାକ୍ତର ପ୍ରିୟବ୍ରତ ରଥ, ମାମିନା ମହାନ୍ତି, ଯୁବ ଉଦ୍ୟୋଗୀ ଅମ୍ବିକା ପ୍ରସାଦ, ସମାଜ ସେବୀ ଅନାମ ସାହୁ, ପ୍ରଶାସନିକ ଅଧିକାରୀ ସତ୍ୟବ୍ରତ ପାଣିଗ୍ରାହୀ, ଜ୍ୟୋତିର୍ବିଦ ବିଭୂଦାନନ୍ଦ ଶତପଥୀ, ରଶ୍ମି ପରିଡା, ଧୀର ମଲ୍ଲିକ ଓ କଣ୍ଠ ଶିଳ୍ପୀ ଶଶାଙ୍କ ଶେଖରଙ୍କୁ ସେବାରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା ।ଏହି ଅନୁଷ୍ଠାନର ସଂପାଦକ ନାରାୟଣ ମହାପାତ୍ର ମଂଚରେ ଉପସ୍ଥିତ ଥିଲେ । ଶେଷରେ ରଜ ଦୋଳି,ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ପିଠା ଓ ପାନ ସହ ଖାଦ୍ୟପେୟରେ ଅତିଥି ମାନଙ୍କୁ ଆତିଥ୍ୟ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *