ଭୁବନେଶ୍ୱର: ଏଆଇସିସି ବରିଷ୍ଠ ନେତା ଲାଲଜୀ ଦେଶାଇଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନୂଆ ପ୍ରଭାରୀଭାବେ ନିଯୁକ୍ତ କରିଛି । ଏହା ତତ୍କାଳ ପ୍ରଭାବରୁ କାର୍ଯ୍ୟକାରୀ ହେବ । ଲାଲଜୀ ଦେଶାଇ ବର୍ତ୍ତମାନ ଅଲ୍ ଇଣ୍ଡିଆ କଂଗ୍ରେସ ସେବା ଦଳର ରାଷ୍ଟ୍ରୀୟ ସଭାପତି (ମୁଖ୍ୟ ସଂଗଠକ) ଭାବରେ କାର୍ଯ୍ୟ କରୁଛନ୍ତି । ସେବା ଦଳ ହେଉଛି ଭାରତୀୟ ଜାତୀୟ କଂଗ୍ରେସର ଏକ ପ୍ରମୁଖ ତୃଣମୂଳ ସ୍ତରୀୟ ସ୍ୱେଚ୍ଛାସେବୀ ସଂଗଠନ । ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲାଲଜୀଙ୍କ ନିଯୁକ୍ତିକୁ ଏକ ବଡ଼ ରଣନୀତି ଭାବରେ ବିବେଚନା କରାଯାଉଛି । ସେହିପରି ୨୦୨୯ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ଲାଲଜୀ ଦେଶାଇ ରଣନୀତି ପ୍ରସ୍ତୁତ କରିବେ । ଏଆଇସିସି ପକ୍ଷରୁ ତିନି ରାଜ୍ୟର ପ୍ରଭାରୀ ନିଯୁକ୍ତ କରାଯାଇଛି । ସଞ୍ଜୟ ଦତ୍ତ ହରିୟାଣା ଏବଂ ରାଜେନ୍ଦ୍ର ପାଲ୍ ଗୌତମଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ଭାବେ ନୂତନ ଦାୟିତ୍ୱ ମିଳିଛି ।
Related Posts
ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ ପାର୍କିଂରୁ ତଳକୁ ଖସିଲାପଡିଲା ବୋଲେରୋ
- ତେଜସ୍ୱିନୀ
- August 24, 2025
- 0
ନେପାଳରେ ଫସିଛନ୍ତି ୨୩ ଓଡ଼ିଆ ପର୍ଯ୍ୟଟକ
- ତେଜସ୍ୱିନୀ
- September 11, 2025
- 0
ରାଜଧାନୀରୁ ୩ ନାବାଳକ-ନାବାଳିକା ନିଖୋଜ
- ତେଜସ୍ୱିନୀ
- March 6, 2026
- 0
