ନାବାଳିକା ଝିଆରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମଉସା,ମାଉସୀ ଗିରଫ

ଭୁବନେଶ୍ୱର: ନୟାପଲ୍ଲୀ ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ନାବାଳିକା ଝିଆରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମଉସାଙ୍କୁ ଗିରଫ କରିଛି ପୋଲିସ। ଏହି ମାମଲାରେ ମାଉସୀ ମଧ୍ୟ ସହଯୋଗ କରୁଥିବା ନେଇ ଅଭିଯୋଗ ଆସିବା ପରେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୋଗ ଅନୁଯାୟୀ, କନ୍ଧମାଳ ଜିଲ୍ଲାର ଜଣେ ନାବାଳିକା ପଢିବା ପାଇଁ ଭୁବନେଶ୍ୱରରେ ତାଙ୍କ ମାଉସୀଙ୍କ ଘରେ ରହୁଥିଲେ। ସେହି ସମୟରେ ମଉସା ଜୟକୃଷ୍ଣ ନାୟକ ବାରମ୍ବାର ତାଙ୍କୁ ଯୌନ ନିର୍ଯାତନା ଦେଇଆସୁଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଦୀର୍ଘଦିନ ଧରି ଏହି ଘଟଣା ସହିବା ପରେ ପୀଡ଼ିତା ଶେଷରେ ନୟାପଲ୍ଲୀ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ପ୍ରାଥମିକ ତଥ୍ୟ ମିଳିବା ପରେ ଅଭିଯୁକ୍ତ ମଉସା ଜୟକୃଷ୍ଣ ନାୟକ ଏବଂ ମାଉସୀ ଫୁଲନ୍ଧିନୀ ନାୟକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *