ଫିଫା ବିଶ୍ୱକପ୍ ୨୦୨୬: ସେମିଫାଇନାଲରେ ଫ୍ରାନ୍ସର ଯାତ୍ରା ଶେଷ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ ସେମିଫାଇନାଲ ମ୍ୟାଚରେ ସ୍ପେନ୍ ଫ୍ରାନ୍ସକୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି। କାଇଲିଆନ୍ ଏମବାପେ ମଧ୍ୟ ସ୍ପେନ୍‌ର ପ୍ରତିରକ୍ଷା ଭେଦ କରିପାରି ନଥିଲେ, ତିନୋଟି ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ କୌଣସି ଗୋଲ ହୋଇପାରି ନଥିଲା। ସ୍ପେନ୍ ଗୋଲ ପାଇଁ ତିନୋଟି ସୁଯୋଗ ପାଇଥିଲା, ଯାହା ମଧ୍ୟରୁ ଗୋଟିଏ ଅଫସାଇଡ୍ ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା। ଫ୍ରାନ୍ସର ପରାଜୟ ପରେ କ୍ରୋଧିତ ଫରାସୀ ସମର୍ଥକମାନେ ପ୍ୟାରିସର ରାସ୍ତାରେ ନିଆଁ ଲଗାଇ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଭାଇରାଲ ଭିଡିଓରେ ରାସ୍ତାଗୁଡ଼ିକ ଜଳୁଥିବା ଏବଂ ଲୋକମାନେ ଏଣେତେଣେ ଦୌଡ଼ୁଥିବା ଦେଖାଯାଉଛି। ପୋଲିସ ମଧ୍ୟ ଭିଡ଼କୁ ଘଉଡ଼ାଇବା ପାଇଁ ଆକାଶରେ ଗୁଳି ଚଳାଇଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ କିଛି ଘଣ୍ଟା ପୂର୍ବରୁ ଏକ ସାମରିକ ପରେଡ୍ ସମୟରେ ଶାନ୍ତି ପାଇଁ ନିବେଦନ କରିଥିଲେ, କିନ୍ତୁ ଫ୍ରାନ୍ସର ବିଶ୍ୱକପ୍ ବିଦାୟ ସହିତ ଜନସାଧାରଣଙ୍କ କ୍ରୋଧ ବୃଦ୍ଧି ପାଇଥିଲା।

Leave a Reply

Your email address will not be published. Required fields are marked *