ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: ଅନୁରାଗ କୁମାରଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର: ଗୃହ ମନ୍ତ୍ରଣାଳୟ ୧୯୯୨ ବ୍ୟାଚର ୟୁଟି କ୍ୟାଡରର ଆଇପିଏସ ଅଧିକାରୀ ସତୀଶ ଗୋଲଚାଙ୍କୁ ଦିଲ୍ଲୀ ପୋଲିସ କମିଶନର ପଦରୁ ହଟାଇ ଦେଇଛି। ୧୯୯୪ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଅନୁରାଗ କୁମାରଙ୍କୁ ଦିଲ୍ଲୀର ନୂତନ ପୋଲିସ ଆୟୁକ୍ତ ଭାବରେ ନିଯୁକ୍ତ କରାଯାଇଛି । ସେ ପୂର୍ବରୁ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ। ଗୃହ ମନ୍ତ୍ରଣାଳୟ ଆଜି ଏକ ବିଜ୍ଞପ୍ତି ଜାରି କରି ନୂତନ ଦିଲ୍ଲୀ ପୋଲିସ କମିଶନର ଭାବରେ ତାଙ୍କର ନିଯୁକ୍ତି ଘୋଷଣା କରିଥିଲେ। ଆଇପିଏସ୍ ଅନୁରାଗ କୁମାର ଦିଲ୍ଲୀ ପୋଲିସ ମୁଖ୍ୟାଳୟରେ ପହଞ୍ଚି ନୂତନ କମିଶନର ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପ୍ରଥମ ଘଟଣା ଯେଉଁଠାରେ ଜଣେ ନୂତନ କମିଶନରଙ୍କୁ ପଦରୁ ବହିଷ୍କାର ପାଇଁ ନିର୍ଦ୍ଦେଶ ଜାରି ହେବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ପରବର୍ତ୍ତୀ ଅଧିକାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଇପିଏସ ଅଧିକାରୀ ସତୀଶ ଗୋଲଚାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ମେ ମାସ ପର୍ଯ୍ୟନ୍ତ ଥିଲା ମାତ୍ର ପ୍ରାୟ ୧୧ ମାସ ପୂର୍ବରୁ ତାଙ୍କୁ ଏହି ପଦରୁ କାହିଁକି ହଟାଗଲା ସେ ବିଷୟରେ ସ୍ପଷ୍ଟ ସୂଚନା ମିଳିନାହିଁ ।

Leave a Reply

Your email address will not be published. Required fields are marked *