ବିଜେପିରେ ମିଶିବା ଖବର ଗୁଜବ ବୋଲି କହିଲେ ବିକ୍ରମ ଆରୁଖ

ଭୁବନେଶ୍ୱର: ଗତ କିଛଦିନ ଧରି ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ବିଜେଡିର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ରବିବାର ସନ୍ଧ୍ୟାରେ ଏହାକୁ ଗୁଜବ ଓ ମିଛ ଖବର ବୋଲି କହିଛନ୍ତି ବିକ୍ରମ ଆରୁଖ । ସେ କହିଛନ୍ତି, ମୁଁ ବିଜେଡିରେ ଥିଲି, ଅଛି ଓ ରହିବି। ମୁଁ ବିଜେଡିର ପ୍ରତିଷ୍ଠାତା ସଦସ୍ୟ। ଦଳ ପ୍ରତିଷ୍ଠା ହେବା ଦିନ ଠାରୁ ଆନ୍ତରିକତା ସହ କାମ କରିଛି। ମୁଁ ଏବେ ବିଜେଡିର ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଅଛି। ବ୍ୟକ୍ତିଗତ ଅସୁବିଧା ଯୋଗୁଁ ଗୋଟେ ଦୁଇଟି ବୈଠକରେ ଯୋଗ ଦେଇ ପାରିନି। ଏହାକୁ ନେଇ ଯଦି ଆଲୋଚନା ହୁଏ ଯେ ମୁଁ ଅନ୍ୟ ଦଳକୁ ଯିବି, ତାହା ଅମୂଳକ।ସୂଚନା ଅନୁଯାୟୀ ଗତ କିଛି ମାସ ହେବ ବିଜେଡି ରାଜନୀତିକ ବ୍ୟାପାର କମିଟିର ସଦସ୍ୟ ଥାଇ ମଧ୍ୟ ବିକ୍ରମ ବୈଠକରେ ଅନୁପସ୍ଥିତ ରହୁଛନ୍ତି। ସେହିପରି ଗଞ୍ଜାମର ଦଳୀୟ କାର୍ଯ୍ୟକ୍ରମରେ ବି ଦେଖିବାକୁ ମିଳୁନାହିଁ। ତେଣୁ ଆସନ୍ତାବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ି ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା l

Leave a Reply

Your email address will not be published. Required fields are marked *