୧୪୫୮ ବିଦ୍ୟାଳୟ ଚାଲୁଛି ଜଣେ ଲେଖାଏଁ ଶିକ୍ଷକରେ

ଭୁବନେଶ୍ୱର: ରାଜ୍ୟରେ ମାତ୍ର ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି ୧୪୫୮ ସରକାରୀ ବିଦ୍ୟାଳୟ । ସେହି ବିଦ୍ୟାଳୟ ମାନଙ୍କରେ ୬୦ ହଜାରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ରହିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ୟୁଡିଆଇଏସ୍ଇ ପ୍ଲସ୍ (UDISE Plus) ରିପୋର୍ଟରେ ଏହା ପ୍ରକାଶ ପାଇଛି । ୟୁଡିଆଇଏସ୍ଇ ପ୍ଲସ ରିପୋର୍ଟରେ ୨୦୨୫-୨୬ ଶିକ୍ଷା ବର୍ଷର ରିପୋର୍ଟ ଅନୁସାରେ ଓଡ଼ିଶାରେ ମୋଟ ୬୧ ହଜାର ୫୯୪ଟି ବିଦ୍ୟାଳୟ ରହିଛି । ଯେଉଁଥିରେ ୭୭ ଲକ୍ଷ ୮୮ ହଜାର ୫୬୭ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବାବେଳେ ପାଠ ପଢ଼ାଉଛନ୍ତି ୩୪ ହଜାର ୧ ହଜାର ୯୦୯ ଜଣ ଶିକ୍ଷକ । ଯଦି ତୁଳନାତ୍ମକ ତଥ୍ୟ ଦେଖିବା ତାହା ହେଲେ ପ୍ରତି ୨୩ ଜଣ ପିଲାରେ ଜଣେ ଶିକ୍ଷକ ନିଯୁକ୍ତ ଅଛନ୍ତି । ସେହିପରି ପ୍ରତି ବିଦ୍ୟାଳୟରେ ହାରାହାରି ୬ ଜଣ ଶିକ୍ଷକ ରହିଛନ୍ତି । ପ୍ରତି ବିଦ୍ୟାଳୟରେ ହାରାହାରି ୧୨୬ ଜଣ ପିଲା ପାଠ ପଢ଼ୁଛନ୍ତି । ଶୂନ୍ୟ ନାମ ଲେଖା ହୋଇଥିବା ସେପରି କୌଣସି ବିଦ୍ୟାଳୟ ଓଡ଼ିଶାରେ ନାହିଁ । ଆଉ ସେହି ବିଦ୍ୟାଳୟରେ ୫୯ ହଜାର ୬୭୨ ଜଣ ପିଲା ନାମ ଲେଖାଇଛନ୍ତି । କିନ୍ତୁ ଚିନ୍ତାର ବିଷୟ ରାଜ୍ୟରେ ୧୪୫୮ଟି ବିଦ୍ୟାଳୟ ଚାଲିଛି ଜଣେ ଲେଖାଏଁ ଶିକ୍ଷକରେ | ସମସ୍ତ ବିଦ୍ୟାଳୟରେ ପ୍ରାୟତଃ ସମସ୍ତ ପ୍ରକାର ଭିତ୍ତିଭୂମି ଯଥା ଲାଇବ୍ରେରୀ, ବିଦ୍ୟୁତ, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ, କମ୍ପ୍ୟୁଟର ସୁବିଧା, ଇଣ୍ଟରନେଟ୍ ସୁବିଧା, ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ଆଦି ଅଳ୍ପ ବହୁତେ ରହିଥିବାବେଳେ ପିଲାଙ୍କୁ ଶିକ୍ଷା ଦେବାକୁ ଆବଶ୍ୟକ ପରିମାଣରେ ଶିକ୍ଷକ ନାହାଁନ୍ତି ।

Leave a Reply

Your email address will not be published. Required fields are marked *