ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନିଟ୍‌ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି, ଦିଲ୍ଲୀରେ ଘଟୁଥିବା ଗମ୍ଭୀର ପରିସ୍ଥିତିକୁ ନେଇ ମୁଁ ବିଜେଡି ସାଂସଦମାନଙ୍କ ସହ ଏକ ବୈଠକ କରିଛି। ପରିସ୍ଥିତି ଅତ୍ୟନ୍ତ ସଂଘାତିକ। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରାଯାଇଛି। ବିଜେଡି ସାଂସଦମାନେ ହସ୍ପିଟାଲ ଯାଇ ସେମାନଙ୍କୁ ଭେଟିଛନ୍ତି। ନ୍ୟାୟ ପାଇଁ ସେମାନଙ୍କ ଲଢ଼େଇରେ ବିଜେଡି ସଦାସର୍ବଦା ସେମାନଙ୍କ ସହ ରହିବ l ସାଂସଦମାନେ ଏହି ମାମଲାକୁ ଗମ୍ଭୀରତାର ସହ ଉଠାଇବେ। ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ୍ କି ନାହିଁ ବୋଲି ମୋତେ ପଚରାଯାଇଥିଲା। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ମୋର ମନେହୁଏ,ସେ ଇସ୍ତଫା ଦେବା ଉଚିତ। ଶିକ୍ଷା ମନ୍ତ୍ରଣାଳୟ ଅଧିନରେ ହୋଇଥିବା ବିଭିନ୍ନ ଅନିୟମିତତାରେ କେନ୍ଦ୍ରମନ୍ତ୍ରୀ ସିଧାସଳଖ ଜଡ଼ିତ ଥିବା ନବୀନ ଦର୍ଶାଇଛନ୍ତି ।

Leave a Reply

Your email address will not be published. Required fields are marked *