ଆଜି ମହାପ୍ରଭୁଙ୍କର ନୀଳାଦ୍ରି ବିଜେ: ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଦେବେ ରସଗୋଲା ଭେଟି

ପୁରୀ: ଆଜି ନୀଳାଦ୍ରି ବିଜେ ଅବସରରେ ଶ୍ରୀଜୀଉମାନେ ଜନ୍ମବେଦୀରୁ ଫେରି ରତ୍ନସିଂହାସନକୁ ଯିବେ | ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅଭିମାନ କରି ମା’ ଲକ୍ଷ୍ମୀ ଶ୍ରୀମନ୍ଦିରର ଦ୍ୱାର ବନ୍ଦ କରିଦିଅନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ଅନନ୍ୟ ପରମ୍ପରା ଅନୁଯାୟୀ, ରଥଯାତ୍ରା ସମୟରେ ମହାପ୍ରଭୁ ଭାଇଭଉଣୀଙ୍କୁ ସାଥିରେ ନେଇଗୁଣ୍ଡିଚା ମନ୍ଦିର ଯାଇଥାନ୍ତି, କିନ୍ତୁ ମା’ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନଥାନ୍ତି। ଏଥିରେ କ୍ଷୁବ୍ଧ ହୋଇ ମା’ ଲକ୍ଷ୍ମୀ ହେରାପଞ୍ଚମୀ ଦିନ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ନନ୍ଦିଘୋଷ ରଥର କାଠ ଭାଙ୍ଗି ଫେରିଆସନ୍ତି। ୯ ଦିନିଆ ଲୀଳା ସମାପ୍ତ କରି ନୀଳାଦ୍ରି ବିଜେ ଦିନ ମହାପ୍ରଭୁ ଫେରିବା ବେଳେ ରସଗୋଲା ଅର୍ପଣ କରି ଦେବୀଙ୍କୁ ପ୍ରସନ୍ନ କରନ୍ତି। ଶ୍ରୀମନ୍ଦିର ପରମ୍ପରାରେ ବର୍ଷକୁ କେବଳ ନୀଳାଦ୍ରି ବିଜେ ଦିନ ହିଁ ରସଗୋଲା ଭୋଗ ଲାଗିଥାଏ। ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ରସଗୋଲା ଅର୍ପଣ କରିଥିବା ଏହି ପବିତ୍ର ପରମ୍ପରାକୁ ସ୍ମରଣ କରି ପ୍ରତିବର୍ଷ ନୀଳାଦ୍ରି ବିଜେ ଦିନକୁ ‘ରସଗୋଲା ଦିବସ’ ଭାବେ ପାଳନ କରାଯାଏ।ଏହି ନିଆରା ପରମ୍ପରା ଭକ୍ତମାନଙ୍କୁ ଭାବବିହ୍ୱଳ କରିଥାଏ।

Leave a Reply

Your email address will not be published. Required fields are marked *