ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ଦ୍ୱାରା ପୋଷ୍ୟ ପଂଚାୟତ , ଗୁହାଳସିଙ୍ଘରେ ପ୍ରାଥମିକ ଆଇନ ସହାୟତା ପରାମର୍ଶ କେନ୍ଦ୍ର ଉଦଘାଟନ

କେନ୍ଦ୍ରାପଡ଼ା:ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟର ଆଇନ ସହାୟତା କେନ୍ଦ୍ର ଦ୍ଵାରା ଗୁହାଳସିଙ୍ଘ ପଞ୍ଚାୟତ କାର୍ଯ୍ୟ।ଳୟରେ ମହାବିଦ୍ୟାଳୟ ପ୍ରାୟଜିତ ଏକ ନିଃଶ୍ଲୁକ ପ୍ରାଥମିକ ଆଇନ ସହାୟତା ପରାମର୍ଶ କେନ୍ଦ୍ର ଉଦ୍ଘାଟନ ଉତ୍ସବ ପାଳିତ ହୋଇଥିଲା । ଏହି ଉତ୍ସବ ରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ମୁଖ୍ୟ ଅତିଥି କୁଳପତି ପ୍ରଫେସର (ଡ଼ଃ) ଶିବରାମ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିଃଶ୍ଲୁକ ପ୍ରାଥମିକ ଆଇନ ସହାୟତା ପରାମର୍ଶ କେନ୍ଦ୍ରର ଫଳକ ଅନାବରଣ କରିବା ସହିତ ସଭା ଉଦ୍ଘାଟନ କରିଥିଲେ । ଶ୍ରୀଯୁକ୍ତ ତ୍ରିପାଠୀ ନିଃଶ୍ଲୁକ ଆଇନ ସହାୟତାର ତୃଣମୂଳ ସ୍ଥଳରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନଙ୍କ ଗୁରୁତ୍ଵ ପୂର୍ଣ ଭୂମିକା ସମାଜ ପାଇଁ ଅତ୍ୟନ୍ତ ପ୍ରୟୋଜନ ର ବାର୍ତ୍ତା ରଖିଥିଲେ । ନାରୀଶକ୍ତି ର ଉଥାନ ସମଗ୍ର ସମାଜର ହିତ ସାଧନ ନିମନ୍ତେ ଅପରିହାର୍ଜ୍ୟ । ଉକ୍ତ ମଞ୍ଚରେ ଅନ୍ୟତମ ସମ୍ମାନୀୟ ଅତିଥି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର ନ୍ୟାୟ ପ୍ରଦାନର ବିଭିନ୍ନ ଦିଗ ଉପରେ ଆଲୋକପ୍ରାତ କରିଥିଲେ ଓ ଶ୍ରୋତାବୃନ୍ଦ ଙ୍କୁ ପ୍ରତ୍ୟକ୍ଷ ଭାବେ ନିଃଶ୍ଲୁକ ଆଇନ ସେବାର ସତ୍ୟ ପୂର୍ବକ କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରାଇଥିଲେ । ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟର ପରିଚାଳନା ସମିତି ର ସଭାପତି ଶ୍ରୀଯୁକ୍ତ ସୁଜିତ କୁମାର ମହାନ୍ତି ସଭାପତିତ୍ଵ କରିଥିଲେ , ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରବୀନ୍ଦ୍ର କୁମାର ବଳ ସ୍ଵାଗତ ଅଭିଭାଷାଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଟ ଅଧ୍ୟାପକ ଡ଼ଃ ଚିରଞ୍ଜିବୀ ପଣ୍ଡା ମହାବିଦ୍ୟାଳୟ ଦ୍ଵାରା ପୋଷ୍ୟ ପଞ୍ଚାୟତ ଗୁହାଳସିଙ୍ଘ, ଡେରାବିଶ ରେ ନିଶ୍ଲୁକ ଆଇନ ପରାମର୍ଶ କେନ୍ଦ୍ରର କାର୍ଯ୍ୟ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଗୁଆଲସିଙ୍ଘ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ମଧୁସ୍ମିତା ଦାସ ଏହା ଏକ ସ୍ଵାଗତ ଯୋଗ୍ୟ କାର୍ଯ୍ୟ ଓ ଏହି ପଦକ୍ଷ୍ୟପ ପଞ୍ଚାୟତବାସୀଙ୍କୁ ସୁଫଳ ଉପଲବ୍ଦ୍ଧ କରାଇବ ବୋଲି ମତବ୍ୟକ୍ତ କଲେ । ପୂର୍ବତନ ଛାତ୍ର ଶ୍ରୀଯୁକ୍ତ ଆକାଶ ଚନ୍ଦ୍ର ନାୟକ ସଫଳ ମଞ୍ଚ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ କଳିଙ୍ଗ କେଶରୀ ବେହେରା ମଞ୍ଚାସୀନ ଅତିଥି ଶ୍ରୋତାବୃନ୍ଦ, ସମସ୍ତ କର୍ମଚାରୀ, ସାମ୍ବାଦିକ ବୃନ୍ଦ ଓ ଛାତ୍ରଛାତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ସଭା ଶେଷ ହୋଇଥିଲା ॥

Leave a Reply

Your email address will not be published. Required fields are marked *