ରତ୍ନବେଦୀକୁ ଫେରିଲେ ମହାପ୍ରଭୁ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଅନ୍ତିମ ପର୍ଯ୍ୟାୟ ‘ନୀଳାଦ୍ରି ବିଜେ’ ନୀତି ସମ୍ପନ୍ନ ହୋଇଯାଇଛି । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଛନ୍ତି ଦାରୁଦିଅଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଅନୁସାରେ ନୀଳାଦ୍ରିବିଜେ ନୀତି ଆରମ୍ଭ ହୋଇଥିଲା। ମୁଦିରସ୍ତ ସେବକ ତିନିରଥରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ପରେ ବିଜେ କାହାଳୀ ବାଜିଥିଲା। ଘୋଷ ଘଣ୍ଟୁଆଙ୍କ ଘଣ୍ଟନାଦ ମଧ୍ୟରେ ଠାକୁରମାନେ ଗୋଟି ପହଣ୍ଡିରେ ରଥରୁ ଶ୍ରୀମନ୍ଦିରକୁ ବିଜେ କରିଥିଲେ । ମହାପ୍ରଭୁ ପହଣ୍ଡି ହୋଇ ସିଂହଦ୍ୱାର ନିକଟରେ ପହଞ୍ଚିବା ସମୟରେ ମା’ଲକ୍ଷ୍ମୀ ସିଂହଦ୍ୱାର କବାଟ ବନ୍ଦ କରି ଦେଇଥିଲେ। ସିଂହଦ୍ଵାରର ଜୟବିଜୟ ଦ୍ଵାରରେ ମହାପ୍ରଭୁ ଏବଂ ମା’ଲକ୍ଷ୍ମୀଙ୍କ ମଧ୍ୟରେ ବଚନିକା ହୋଇଥିଲା। ମହାପ୍ରଭୁ ମାତା ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେଇଥିଲେ। ଏହାପରେ ଅନ୍ୟାନ୍ୟ ନୀତି ଶେଷହେବା ପରେ ରତ୍ନସିଂହାସନକୁ ମହାପ୍ରଭୁ ବିଜେ କରିଥିଲେ l ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ଶେଷ ହୋଇଥିଲା l ଏହି ପବିତ୍ର ନୀଳାଦ୍ରି ବିଜେ ସମୟରେ ଲକ୍ଷାଧିକ ଭକ୍ତ ଉପସ୍ଥିତ ରହି ମହାପ୍ରଭୁଙ୍କର ଏହି ଦିବ୍ୟଲୀଳାକୁ ଦର୍ଶନ କରିଥିଲେ l

Leave a Reply

Your email address will not be published. Required fields are marked *