ଟିଏମସି ପାର୍ଟି ଅଫିସରୁ ମିଳିଲା ପୂର୍ବତନ ଉପବାଚସ୍ପତିଙ୍କ ଝୁଲନ୍ତା ମୃତଦେହ

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ତଥା ଟିଏମସିର ବରିଷ୍ଠ ନେତା ଆଶିଷ ବାନାର୍ଜୀ ଆତ୍ମହତ୍ୟା କରିଛନ୍ତି lବୀରଭୂମ ଜିଲ୍ଲାର ରାମପୁରହାଟସ୍ଥିତ ତାଙ୍କ ପାର୍ଟି କାର୍ଯ୍ୟାଳୟରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।ସୂଚନା ଅନୁଯାୟୀ ରାମପୁରହାଟ ପୌରାଞ୍ଚଳର ୱାର୍ଡ ନମ୍ବର ୫ ଅନ୍ତର୍ଗତ ହତାତଲାପଡ଼ାରେ ଥିବା ତାଙ୍କ ଘର ନିକଟ ପାର୍ଟି ଅଫିସରେ ଆଶିଷ ବାନାର୍ଜୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।୨୦୦୧ ରୁ ୨୦୨୬ ପର୍ଯ୍ୟନ୍ତ ରାମପୁରହାଟକୁ ପ୍ରତିନିଧିତ୍ୱ କରିଥିବା ୭୫ ବର୍ଷୀୟ ବାନାର୍ଜୀ ଗତ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଧ୍ରୁବ ସାହାଙ୍କ ଠାରୁ ପରାସ୍ତ ହୋଇଥିଲେ।ପୋଲିସ୍ ତାଙ୍କ ମୃତଦେହ ନିକଟରେ ଏକ ପୃଷ୍ଠାର ନୋଟ୍ ଉଦ୍ଧାର କରିଛି l ତାଙ୍କ ଶେଷ ବାର୍ତ୍ତାରେ ସେ ଲେଖିଛନ୍ତି ଯେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି। କିନ୍ତୁ ଆଜି ସେ ଅନୁଭବ କରିଛନ୍ତି ଯେ ରାଜନୀତିରେ ପ୍ରବେଶ କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ଭୁଲ ଥିଲା।ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ଏବଂ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *