ମହିଳା ଏସିଆ କପ୍‌ ଟି୨୦ ରେ ପାକିସ୍ତାନ କୁ ହରାଇଲା ଭାରତ

ନୂଆଦିଲ୍ଲୀ: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୮.୧ ଓଭରରେ ୫୫ ରନରେ ଅଲଆଉଟ୍‌ ହୋଇଯାଇଥିଲା। ମୁନିବା ଅଲୀ(୧୩) ଓ ଶାଓ୍ବାଲ ଜୁଲଫିକର (୧୪)ଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଦୁଇ ଅଙ୍କ ସ୍କୋର ଛୁଇଁପାରି ନ ଥିଲେ। ଶ୍ରୀ ଚରନୀ ଓ ପ୍ରେମା ରାଓ୍ବତ ୩ ଲେଖାଏ ଏବଂ ଦୀପ୍ତି ଶର୍ମା ୨ ଉଇକେଟ ନେଇଥିଲେ। ଜବାବରେ ଭାରତ ୮.୪ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଅଧିନାୟକ ହରମନପ୍ରୀତ କୌର ୧୮ ଓ ଦୀପ୍ତି ୧୨ ରନ କରି ଦଳକୁ ବିଜୟ ଭେଟି ଦେଇଥିଲେ। ଏହା ମହିଳା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ପାକିସ୍ତାନ ବିପକ୍ଷରେ ଭାରତର ୧୫ତମ ବିଜୟ ଅଟେ। ପୂର୍ଵ ଥର ଭଳି ଏହି ମ୍ୟାଚ ରେ ମଧ୍ୟ ଭାରତୀୟ ଅଧିନାୟକ ହରମନପ୍ରୀତ କୌର ଏବଂ ପାକିସ୍ତାନୀ ଅଧିନାୟକ ଫାତିମା ସନା ଟସ୍ ସମୟରେ ପରସ୍ପର ସହ ହାତ ମିଳାଇ ନଥିଲେ।

Leave a Reply

Your email address will not be published. Required fields are marked *