ବିଡ଼ିଓଙ୍କ ମନମୁଖି କାର୍ଯ୍ୟକୁ ବିରୋଧ, ବିଜେଡି-ବିଜେପି ମୁହାଁମୁହିଁ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ବିଜେଡି ସମର୍ଥିତ ଜନ ପ୍ରତିନିଧି ମାନେ ବ୍ଲକ ମୁଖ୍ୟ ଫାଟକ ସାମ୍ନାରେ ତାଲା ପକାଇ ଆମରଣ ଅନଶନରେ ବସିଥିଲେ । ବ୍ଲକ ଭିତରକୁ କର୍ମଚାରୀ ମାନେ ପ୍ରବେଶ କରିପାରୁ ନଥିଲେ । ଫଳରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକରେ ସେବା ସଂକଳ୍ପ ଦିବସ କାର୍ଯ୍ୟକ୍ରମ ଥିବା ବେଳେ ମହିଳା ମହାବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ସାମର୍ଥ୍ୟ ଶିବିର ଆୟୋଜନ ପାଇଁ ବ୍ଲକ ପ୍ରଶାସନ ନିଷ୍ପତି ନେଇଥିଲା। କିନ୍ତୁ ଗୁରୁବାର ବ୍ଲକ ପରିସରରେ ନିର୍ମାଣ ହୋଇଥିବା ଟେଣ୍ଟକୁ ସଂନ୍ଧ୍ୟା ସମୟରେ ଦୁର୍ବୁତ୍ତ ଭାଙ୍ଗି ଦେଇଥିବା ବେଳେ ଶୁକ୍ରବାର କେବଳ ମହିଳା ମହାବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ବ୍ଲକ ମୁଖ୍ୟ ଫାଟକରେ ବିଜେଡି ସମର୍ଥିତ ଜନ ପ୍ରତିନିଧିଙ୍କ ଆମରଣ ଅନଶନ ଯୋଗୁ ବ୍ଲକ ପରିସରରେ ସମ୍ପୂର୍ଣ କାର୍ଯ୍ୟକ୍ରମ ଠପ ହୋଇଯାଇଛି। ସରକାରୀ କର୍ମଚାରୀ ମାନେ ବ୍ଲକ ପରିସର କୁ ପ୍ରବେଶ କରିପାରୁ ନାହାନ୍ତି। ଅପରପକ୍ଷରେ ବିଜେପି ସମର୍ଥିତ ବ୍ଲକ ଉପାଧ୍ୟକ୍ଷ୍ୟା ଏବଂ ଜନପ୍ରତିନିଧି ମାନେ ମୁଖ୍ୟ ଫାଟକ ରେ ପଡ଼ିଥିବା ତାଲା ଭାଙ୍ଗି ବ୍ଲକ ପରିସର କୁ ପ୍ରବେଶ କରିଛନ୍ତି। ଏହାକୁ କେନ୍ଦ୍ର କରି ବିଜେଡି ବିଜେପି ମୁହାଁମୁହିଁ ହୋଇଥିବା ବେଳେ ପ୍ରବଳ ଉତ୍ତେଜନା ଦେଖା ଦେଇଛି । ସୁରକ୍ଷା ପାଇଁ ପୋଲିସ ମୁତୟନ ହୋଇଛନ୍ତି।

Leave a Reply

Your email address will not be published. Required fields are marked *