ସରିଲା ବ୍ରିକ୍ସ ସମ୍ମିଳନୀ:ଭାରତକୁ ମିଳିଲା ବଡ଼ କୂଟନୈତିକ ସଫଳତା

ନୂଆଦିଲ୍ଲୀ: ସଫଳତାର ସହିତ ଉଦଯାପନ ହେଲା ବ୍ରିକ୍ସ ସମ୍ମିଳନୀ l ବ୍ରିକ୍ସ ମଂଚରେ ଏକାଠି ହେଲେ ବିଶ୍ବ ନେତା l ବ୍ରିକ୍ସ ସମ୍ମିଳନୀର ନେତୃତ୍ବ ନେଇ ଗ୍ଲୋବାଲ ସାଉଥ୍ ବା ବିକାଶଶୀଳ ଦେଶଗୁଡ଼ିକର ପ୍ରକୃତ ସ୍ୱର ଭାବେ ଉଭା ହୋଇଛି ଭାରତ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟେକନୋଲଜି ଏବଂ ଖଣିଜ ପଦାର୍ଥର ୱେପନାଇଜେସନ୍ ବିରୋଧୀ ଚେତାବନୀକୁ ଅନେକ ଆଫ୍ରିକୀୟ ଏବଂ ଏସୀୟ ଦେଶ ସମର୍ଥନ କରିଛନ୍ତି, ଯାହା ବିଶ୍ୱ ସ୍ତରରେ ଭାରତର ପ୍ରଭାବ ବୃଦ୍ଧି କରିଛି। ସେହିପରି ଭାରତ ପାଇଁ ସବୁଠାରୁ ବଡ଼ କୂଟନୈତିକ ବିଜୟ ହେଉଛି ଆତଙ୍କବାଦ ବିରୋଧରେ ବିଶ୍ବ ନେତାଙ୍କ ସମର୍ଥନ। ‘ନୂଆଦିଲ୍ଲୀ ଘୋଷଣାନାମା’ରେ ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି। ଚୀନ ଏବଂ ରୁଷ ସମେତ ସମସ୍ତ ବ୍ରିକ୍ସ ସଦସ୍ୟ ଦେଶ ଏହି ନିନ୍ଦା ପ୍ରସ୍ତାବକୁ ସମର୍ଥନ କରିଛନ୍ତି, ଯାହା ଅନ୍ତର୍ଜାତୀୟ ସ୍ତରରେ ସୀମାପାର ଆତଙ୍କବାଦ ବିରୋଧରେ ଭାରତର ପକ୍ଷକୁ ଅଧିକ ମଜବୁତ କରିଛି। ଏହା ସହିତ ଭାରତ ମାଟିରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ଦ୍ୱାରା ଦ୍ୱିପାକ୍ଷିକ ସଂପର୍କ ସୁଧୁରିଛି। ପୂର୍ବ ଲଦାଖ ସୀମା ବିବାଦ ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଏବଂ କୂଟନୈତିକ ଆଲୋଚନାକୁ ଆଗକୁ ବଢ଼ାଇବା ପାଇଁ ଏହି ସମ୍ମିଳନୀ ଏକ ବଡ଼ ମାଧ୍ୟମ ସାଜିଛି। ସମ୍ମିଳନୀ ଅବସରରେ ଭାରତ ନିଜର ଡିଜିଟାଲ୍ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ସଫଳତା ବିଶ୍ୱ ନେତାମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରିଛି। ଚୀନର AI ଓ କ୍ଲାଉଡ୍ ପ୍ଲାଟଫର୍ମ ପ୍ରସ୍ତାବ ଏବଂ ଭାରତର ନିଜସ୍ୱ ଡିଜିଟାଲ୍ ଭିତ୍ତିଭୂମି ମଧ୍ୟରେ ସମନ୍ୱୟ ରକ୍ଷା କରି ଭାରତୀୟ ଟେକ୍ କମ୍ପାନୀଗୁଡ଼ିକ ବ୍ରିକ୍ସର ୧୧ଟି ଯାକ ଦେଶରେ ବଡ଼ ବଜାର ପାଇପାରିବେ। ସେହିପରି ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ବ୍ରିକ୍ସ ମଂଚରେ ଭାରତର ଦାବିକୁ ମିଳିଛି ସମର୍ଥନ। ଭାରତ-ଚୀନ ସମର୍କ ଆହୁରି ମଜଭୁତ୍ ହୋଇଥିବା ବେଳେ ଭାରତର ଦାବିକୁ ଚୀନ୍ ସମର୍ଥନ କରିପାରେ। ଯାହା ଭାରତ ପାଇଁ ଏକ ବଡ କୂଟନୈତିକ ବିଜୟ।

Leave a Reply

Your email address will not be published. Required fields are marked *