ଭୁବନେଶ୍ୱର: ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରାବାସ ଗୁଡ଼ିକ ଉପରେ ରେଡ୍ କରିଛି କମିସନରେଟ୍ ପୋଲିସ। ଦିନ ୧୦.୩୦ମିନିଟ୍ ପରଠୁ ବିଭିନ୍ନ ହଷ୍ଟେଲରେ ଛାପା ମାରିବା ଆରମ୍ଭ କରାଯାଇଛି। ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଉତ୍କଳ ବିଶ୍ଵବିଦ୍ୟାଳୟର ୪ ହଷ୍ଟେଲରେ ବ୍ୟାପକ ଯାଞ୍ଚ ଆରମ୍ଭ ହୋଇଛି। ୧,୨,୩ ଓ ୫ ନମ୍ବର ହଷ୍ଟେଲରେ ବ୍ୟାପକ ଯାଞ୍ଚ କରାଯାଇଛି। ବନ୍ଦ ଥିବା ହଷ୍ଟେଲ ରୁମ୍ ତାଲା ଭାଙ୍ଗି ଯାଞ୍ଚ କରୁଛନ୍ତି କର୍ତ୍ତୃପକ୍ଷ। ପୋଲିସ ଉପସ୍ଥିତିରେ ତାଲା ଭାଙ୍ଗି ଚାଲିଛି ଯାଞ୍ଚ । ତାଲା ଭାଙ୍ଗି ବାହାରକୁ ଆସବାବପତ୍ର ନେଲେ କର୍ତ୍ତୃପକ୍ଷ। କ୍ୟାମ୍ପସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅଭିଯାନରେ ଭିସି, ଅଧ୍ୟାପକ, ଅଧ୍ୟାପିକା ମଧ୍ୟ ସାମିଲ୍ ଅଛନ୍ତି। ଅନ୍ୟପଟେ ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ିବା ପ୍ରକ୍ରିୟାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ‘ଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ଯାହା ପଦକ୍ଷେପ ନେବା କଥା କରାଯାଉଛି। ଆବାହମାନ କାଳରୁ ଏହା ଚାଲିଆସିଛି, ଆମେ ସୁଧାର ପାଇଁ ଉଦ୍ୟମ କରୁଛୁ। ନାଲି ଆଖି ଦେଖାଇ ଏହା କରିହେବନି, ତେଣୁ ପୂର୍ବତନ ଛାତ୍ରମାନେ ଦାୟିତ୍ବବାନ ହୁଅନ୍ତୁ। ରାକିଂ ଓ ଗୁଣାତ୍ମକ ମାନ ନେଇ ଆମେ ସବୁବେଳେ ଚିନ୍ତିତ ରହୁଛୁ। ସମସ୍ତଙ୍କ ସହଯୋଗ ଆବଶ୍ୟକ, ତେଣୁ ଏହି କାମ ନାଲି ଆଖି ଦେଖାଇ କରିହେବନି।’ କ୍ୟାମ୍ପସରେ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
Related Posts
ସରକାରୀ ଚାକିରି ନାଁରେ ୫୦ରୁ ଅଧିକ ଆଶାୟୀଙ୍କୁ ଲୁଟିଲେ
- ତେଜସ୍ୱିନୀ
- September 21, 2025
- 0
ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ନାଁରେ ଅଭିଯୋଗ
- ତେଜସ୍ୱିନୀ
- August 17, 2025
- 0
