ଦୀପାବଳି ପାଇଁ ଅକ୍ଟୋବର ୨୦ ଓ ୨୧ ଛୁଟି ଘୋଷଣା; ୨୫ରେ କାମ କରିବେ… 

ଭୁବନେଶ୍ୱର: ଦୀପାବଳି ପାଇଁ ସରକାର ୨୦ ଓ ୨୧ ତାରିଖକୁ ସରକାରୀ ଛୁଟି ଘୋଷଣା କରିଛନ୍ତି। ସେହି ଦିନ ନୂଆପଡା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମ୍ୟାଜିଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) ବନ୍ଦ ରହିବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ସହିତ ଆସନ୍ତା ୨୫ ତାରିଖ ଅର୍ଥାତ୍ ଚତୁର୍ଥ ଶନିବାରକୁ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇଛି। ତେବେ ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ମଧ୍ୟ ବଳବତ୍ତର ରହିବ। ଯଦିଓ ୨୧ ତାରିଖରେ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ଖୋଲା ରହିବ ବୋଲି ଜଣାପଡ଼ିଛି। ନୂଆପଡ଼ା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ୨ ଦିନ ପାଇଁ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *