ମତଦାନ ଶେଷ ହେବାପରେ ପ୍ରକାଶ ପାଇଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ

ନୂଆଦିଲ୍ଲୀ:କେରଳ, ଆସାମ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଚାରିଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ଭୋଟ୍ ଗ୍ରହଣ ସରିବା ପରେ ବୁଧବାର ସନ୍ଧ୍ୟାରେ ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ ପାଇଛି। ଆସାମରେ ଭାଜପା ବିଜୟୀ ହେବ ବୋଲି ଅନେକ ଏକ୍‌ଜିଟ୍‌ ପୋଲ୍‌ରେ ପୂର୍ବାନୁମାନ କରିଥିବାବେଳେ ପଶ୍ଚିମବଙ୍ଗରେ ଶାସକ ଟିଏମ୍‌ସି ଏବଂ ଭାଜପା ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ୪ଟି ଏକ୍‌ଜିଟ୍‌ ପୋଲ୍‌ ଭାଜପା ସପକ୍ଷରେ ଯାଇଥିବାବେଳେ ୨ଟି ଟିଏମ୍‌ସି ବିଜୟୀ ହେବ ବୋଲି କହିଛନ୍ତି। ତାମିଲନାଡୁର ଶାସକ ଡିଏମ୍‌କେ ପୁନର୍ବାର ସରକାର ଗଢ଼ିବାକୁ ଯାଉଥିବାବେଳେ କେରଳରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌ ୧୦ ବର୍ଷ ପରେ କ୍ଷମତାକୁ ଫେରିବ ବୋଲି ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ପୂର୍ବାନୁମାନ କରିଛନ୍ତି। ପଣ୍ଡିଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ଏଆଇଏନ୍‌ଆର୍‌ସି ନେତୃତ୍ୱରେ ଏନ୍‌ଡିଏ ସରକାର କ୍ଷମତାକୁ ଫେରିବ ବୋଲି ପୂର୍ବାନୁମାନ କରାଯାଇଛି।ଆକ୍ସିସ୍‌ ମାଇଁ ଇଣ୍ଡିଆ, ପିପୁଲ୍ସ ପଲ୍ସ, ମାଟ୍ରିଜ,ଭୋଟ ଭାଇବ, ପି ମାର୍କୋ ଭଳି ସଂସ୍ଥାଙ୍କ ଦ୍ୱରା ଏହି ଆକଳନ କରାଯାଇଛି lପଶ୍ଚିମବଙ୍ଗ, ତାମିଲନାଡୁ, ପଣ୍ଡିଚେରୀ, କେରଳ ଓ ଆସାମ ବିଧାନସଭା ପାଇଁ ଭୋଟ ଗଣତି ମେ’ ୪ରେ ଅନୁଷ୍ଠିତ ହୋଇ ଫଳାଫଳ ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *