ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟ ବ୍ୟାଙ୍କ ର ବ୍ୟାଙ୍କିଂ ଲାଇସେନ୍ସ ବାତିଲ କରିଦେଇଛି RBI । ଆରବିଆଇ କହିଛି, ଏବେ ଏହି ବ୍ୟାଙ୍କ କୌଣସି ପ୍ରକାରର ବ୍ୟାଙ୍କିଂ ସେବା ଦେଇପାରିବ ନାହିଁ lଆବିଆଇର ସୂଚନା ଅନୁସାରେ, ପେଟିଏମ ପେମେଣ୍ଟ ବ୍ୟାଙ୍କ ନିୟମଗୁଡ଼ିକୁ ଠିକ୍ ଭାବରେ ପାଳନ କରୁନାହିଁ। ତେଣୁ ଗ୍ରାହକଙ୍କ ହିତ ଓ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ତେବେ ଗ୍ରାହକଙ୍କ ଟଙ୍କା ଓ ସେବା ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡ଼ିବାକୁ ଦିଆଯିବ ନାହିଁ। ଆରବିଆଇ କହିଛି, ବ୍ୟାଙ୍କର କାମ ଗୁଡ଼ିକ ଏମିତି ଭାବରେ ଚାଲୁଥିଲା, ଯାହା କେବଳ ସଂସ୍ଥାକୁ ନୁହେଁ, ଗ୍ରାହକମାନଙ୍କୁ ମଧ୍ୟ ଭାରୀ କ୍ଷତି କରିଥାନ୍ତା। ଆରବିଆଇ ଏହାକୁ ବ୍ୟାଙ୍କିଂ ଆଇନର ଧାରା ୨୨(୩)(ବି) ଅନୁସାରେ ନିୟମ ଉଲ୍ଲଂଘନ ବୋଲି କହିଛି। ଆରବିଆଇ କହିଛି, ବ୍ୟାଙ୍କର କାର୍ଯ୍ୟ ପ୍ରଣାଳୀ ଦ୍ୱାରା ଗ୍ରାହକ ଓ ଜମାକାରୀଙ୍କ ହିତ ସଙ୍କଟରେ ପଡ଼ିଥିଲା। ଏଥିସହିତ ପେଟିଏମ ପେମେଣ୍ଟ ବ୍ୟାଙ୍କ ତାଙ୍କର ଲାଇସେନ୍ସର ନିୟମଗୁଡ଼ିକୁ ଠିକ୍ ଭାବରେ ପାଳନ କରିପାରିନଥିଲା।
ପେଟିଏମ ପେମେଣ୍ଟ ବ୍ୟାଙ୍କ ର ବ୍ୟାଙ୍କିଂ ଲାଇସେନ୍ସ ବାତିଲ କଲା RBI
