ଭଦ୍ରକ: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ପୂର୍ବତନ ବିଧାୟକଙ୍କ ସହିତ ଶତାଧିକ ଛାମୁଆ କର୍ମକର୍ତ୍ତା lଭଦ୍ରକ ଲୋକସଭା କ୍ଷେତ୍ରର ବିଜେଡି ନେତା ଓ କର୍ମୀମାନଙ୍କ ସମୂହ ଇସ୍ତଫା କାର୍ଯ୍ୟକ୍ରମରେ ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥିନୀ ସୁବାସିନୀ ସାହୁ, ଶଶୀ ସାହୁ, ପୂବର୍ତନ ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଚିନ୍ତାମଣି ଦାସ, ପୂର୍ବତନ କାଉନସିଲର ପ୍ରଣୟ ଦାସଙ୍କ ସହିତ ଶତାଧିକ ଛାମୁଆ କର୍ମକର୍ତ୍ତା, ଭିନ୍ନ ଭିନ୍ନ ଭାବେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି l ଯାହାଫଳରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିକୁ ଏକ ଶକ୍ତ ଧକ୍କା ଲାଗିଛି l କିଛି ଦିନ ତଳେ ମଣ୍ଡଳ ଦମ୍ପତି ଦଳରୁ ବହିଷ୍କାର ହୋଇଥିଲେ l ତା ପୂର୍ବରୁ ବିଜେଡିର ହେଭିୱେଟ୍ ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ବିଜେପିରେ ସାମିଲ ହୋଇଥିଲେ l
ଭଦ୍ରକ ରେ ଇସ୍ତଫା ଦେଲେ ବିଜେଡିର ପୂର୍ବତନ ସାଂସଦ, ପୂର୍ବତନ ବିଧାୟକଙ୍କ ସହିତ ଶତାଧିକ ଛାମୁଆ କର୍ମକର୍ତ୍ତା
