୭୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ: ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ୭୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଅସ୍ତ୍ରଶସ୍ତ୍ର ଛାଡି ସମାଜର ମୁଖ୍ୟତ୍ସୋତରେ ସାମିଲ ହେବା ଲାଗି ଏସପିଙ୍କ ନିକଟରେ ସେମାନେ ଆତ୍ମସର୍ମପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୫୦ ଜଣ ପୁରୁଷ ମାଓବାଦୀ ରହିଥିବା ବେଳେ ୨୧ ଜଣ ମହିଳା ମାଓବାଦୀ ରହିଛନ୍ତି। ଏହି ସମସ୍ତ ମାଓବାଦୀ ବିଜାପୁର ଓ ନାରାୟଣପୁର ସୀମାବର୍ତ୍ତୀ ଅଞ୍ଚଳର ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରେ ୩୦ କ୍ୟାଡର ଅଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଉପରେ ରହିଥିଲା ୬୪ ଲକ୍ଷ ଟଙ୍କାର ପୁରସ୍କାର। ଏମାନେ ଦୀର୍ଘବର୍ଷ ଧରି ମାଓ ସଂଗଠନରେ ରହିବା ସହ ଅନେକ ହିଂସାକାଣ୍ଡ କରିଛନ୍ତି। ତେବେ ଆତ୍ମସମର୍ପଣ ପରେ ଏହି ମାଓବାଦୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ସହ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ବୋଲି ଏସ୍ପି କହିଛନ୍ତି।

Leave a Reply

Your email address will not be published. Required fields are marked *